ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୂର୍ବରୁ ମହୁଡ଼ା ଠାରେ ଗୋଟିଏ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଏସଟିପି) ଥିବା ବେଳେ ଶୀତଳାପଲ୍ଲୀ ଠାର ନବନିର୍ମିତ ଦ୍ବିତୀୟ ଏସ୍ଟିପିକୁ ସୋମବାର ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ନିର୍ମାଣଧିନ ଏହି ପ୍ରକଳ୍ପ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୬୦ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ବିଶୋଧନ ପ୍ରକଳ୍ପରେ ସହରରୁ ପ୍ରତିଦିନ ସଂଗ୍ରହ ହେଉଥିବା ଆବର୍ଜନାକୁ ଟ୍ରିଟମେଣ୍ଟ କରାଯାଇ ପାରିବ। ପ୍ରାୟ ଗୋଟିଏ ମାସ ପାଇଁ ପରୀକ୍ଷାମୂଳକ ଭାବେ ଏହାକୁ ଚଲାଯିବ। ଏହାର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ସେମାନଙ୍କୁ ତାଲିମ୍ ପ୍ରଦାନ କରାଯିବ। ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଶୀତଳାପଲ୍ଲୀରେ ପ୍ରାୟ ୩ଏକର ପରିମିତ ଜାଗାରେ ନିର୍ମିତ ହୋଇଥିବା ଏହି ପ୍ଲାଣ୍ଟ ହେଉଛି ସହରର ଦ୍ବିତୀୟ। ନିର୍ମାଣ ଦାୟିତ୍ବ ଭୁବନେଶ୍ୱରସ୍ଥିତ ଏକ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଥିଲା।
ପ୍ରକଳ୍ପ ତଦାରଖ ନିମନ୍ତେ ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମକୁ ଦିଆଯାଇଥିଲା। ନିଗମ ଯନ୍ତ୍ରୀଙ୍କ ସହ ଠିକାଦାର ଓ ତାଙ୍କର ଟେକ୍ନିକାଲ ଟିମ୍ ଏହି ପ୍ରକଳ୍ପ କାର୍ଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୋମବାର ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ବିଶୋଧନ ପ୍ରକଳ୍ପକୁ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନିଗମ ଆୟୁକ୍ତ ଜେ.ସୋନାଲ, ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ୱି. କୀର୍ତ୍ତିଭାଷନ, ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଉପସ୍ଥିତିରେ ପ୍ରକଳ୍ପର କାର୍ଯ୍ୟକ୍ଷମ ଶୁଭାରମ୍ଭ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନିଗମ ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ, ଉପଆୟୁକ୍ତ ବିନୋଦ କୁମାର ବେହେରା ଏବଂ ଆଶୀର୍ବାଦ ପରିଡ଼ାଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ।
BREAKING NEWS
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’
- Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…

Comments are closed.