Latest Odisha News

BREAKING NEWS

ସହିଦ ବୀର ଯବାନଙ୍କୁ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ପୁରୀ: ଲଦାଖ ସୀମାନ୍ତରେ ଚୀନ ସେନାଙ୍କ ବର୍ବରୋଚିତ ଆକ୍ରମଣକୁ ପ୍ରତିହତ କରି ଦେଶମାତୃକା ଲାଗି ୨୦ ଜଣ ଭାରତୀୟ ବୀର ଯବାନ ସହିଦ ହୋଇଛନ୍ତି । ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କୁ ଘନ ଘନ ଆକ୍ରମଣ କରି ଦେଶ ଲାଗି ପ୍ରାଣ ବିସର୍ଜନ କରିଥିଲେ ଏହି ଭାରତୀୟ ଯବାନ । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସହିଦ ବୀର ଯବାନମାନଙ୍କୁ ଚମତ୍କାର ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ବାଲୁକା ଶିଳ୍ପୀ ସୁଦର୍ଶନ ତାଙ୍କର ଏହି ବାଲୁକା କଳାଟିକୁ ଟ୍ୱିଟ୍ ମାଧ୍ୟମରେ ପ୍ରକାଶ କରିଛନ୍ତି ଏବଂ ଅନେକ ୟୁଜର୍ସ ଏହାକୁ ଉଚ୍ଚ ପ୍ରଶଂସା କରିବା ସହିତ ଭାରତୀୟ ବୀର ଯବାନଙ୍କ ସାହସିକତାକୁ ସ୍ୟାଲୁଟ୍ କରିଛନ୍ତି ।

ସୋମବାର ଦିନ ଚୀନ-ଭାରତ ସେନାଙ୍କ ଏହି ସଂଘର୍ଷରେ ଯେଉଁ ୨୦ ଜଣ ବୀର ଯବାନ ସହିଦ ହୋଇଛନ୍ତି ସେଥିମଧ୍ୟରେ ମଧ୍ୟ ୨ଜଣ ଓଡ଼ିଆ ପୁଅ ଦେଶମାତୃକା ଲାଗି ପ୍ରାଣ ଦେଇଛନ୍ତି ।

Leave A Reply

Your email address will not be published.