Latest Odisha News

BREAKING NEWS

ତିନିରଥରେ ଲାଗିଲେ ପାର୍ଶ୍ଵ ଦେବାଦେବୀ…

ପୁରୀ: ଆଉ ପାଞ୍ଚଦିନ ପରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇଯିବା ପରେ ଏବେ ରଥରେ ଲାଗିଛନ୍ତି ପାର୍ଶ୍ଵ ଦେବାଦେବୀ ।

ତିନିରଥରେ ଲାଗିସାରିଛି କଳସ, ଅଁଳା ଓ ଓଲଟ ଶୁଆ । ଆଜି ତିନିରଥରେ ହଂସପଟା ବାଡ଼ିଆ ସରିଛି । ଏହା ପାର୍ଶ୍ଵ ଦେବତାଙ୍କ ଉପର ଏବଂ ରଥପଟା ଧାରରେ ଫିଟିଂ କରାଯାଇଛି । ଏଥିସହିତ ପାର୍ଶ୍ଵ ଦେବାଦେବୀଙ୍କୁ ଜଳଯନ୍ତ୍ର କାପରେ ସେଟ୍ କରାଯାଇ ସେଥିରେ ଶିଖର ଡମ୍ବରୁ ଫିଟିଂ କରାଯାଇଛି । ଏହି ଶିଖର ଡମ୍ବରୁ ଫିଟିଂ କଲାପରେ ପାର୍ଶ୍ଵ ଦେବାଦେବୀ ନିଜ ନିଜ ମନ୍ଦିରରେ ବିରାଜମାନ କଲାପରି ଲାଗୁଛନ୍ତି ।

ପ୍ରତି ରଥରେ ଏହି ପାର୍ଶ୍ଵ ଦେବାଦେବୀଙ୍କ ସଂଖ୍ୟା ୧୧ଗୋଟି । ପ୍ରତିରଥର ଦକ୍ଷୀଣ ପାର୍ଶ୍ଵ ୩ ଗୋଟି, ବାମ ପାର୍ଶ୍ଵ ରହିଥିବା ବେଳେ ରଥ ଉପର ସମ୍ମୁଖ ନାଟଗୋଡ଼ ଦୁଇପାର୍ଶ୍ଵରେ ଦୁଇଜଣ ଏହି ପରେ ମୋଟ ୧୧ ଗୋଟି ଦେବାଦେବୀ ରହିଛନ୍ତି ।

ତାଳଧ୍ୱଜ ରଥର ବାମ ପାର୍ଶ୍ଵରେ କାର୍ତ୍ତିକେଶ୍ୱର, ଗଜାନ୍ତକଶିବ, ଅର୍ଘ୍ୟ ସ୍କନ୍ଧାରୁଢ ଶ୍ର୍ରୀଲକ୍ଷ୍ମଣ ଏବଂ ଦକ୍ଷିଣ ପାର୍ଶ୍ଵରେ ବଳରାମ, ଗଣେଶ ଓ ମହାଦେବ ପଛ ଭାଗରେ ଅନନ୍ତ ବାସୁଦେବ, ଶ୍ରୀନୃସିଂହ ଏବଂ ପ୍ରଳମ୍ବାସୁରକୁ ବଦ୍ଧ ସହ ବଳରାମ ଏବଂ ଶ୍ରୀଜୀଉଙ୍କ ସମ୍ମୁଖ ନାଟ ଗୋଡ଼ ଦୁଇପାର୍ଶ୍ଵରେ ନନ୍ଦ ଓ ସୁନନ୍ଦ ଥାଆନ୍ତି ।

ସେହିପରି ଦେବଦଳନ ରଥଙ୍କ ଦକ୍ଷୀଣ ପାର୍ଶ୍ଵରେ ରାମଚଣ୍ଡି ବା ବନଦୁର୍ଗା, ହରଚଣ୍ଡି ବା ମହିଷାମର୍ଦ୍ଦିନୀ ଏବଂ ବିମଳା ଠାକୁରାଣୀ । ବାମପାର୍ଶ୍ଵରେ ଚାମୁଣ୍ଡା (ମା’ କାଳୀଙ୍କ ରୂପରେ) ମଙ୍ଗଳା ଏବଂ ବରାହୀ । ପଛପାଖରେ ଯୋଗମାୟା, ଜୟଦୁର୍ଗା ଏବଂ କାତ୍ୟାୟିନୀ ବା ଅନ୍ନପୂର୍ଣ୍ଣା ରଥ ଉପରେ ନାଟ ଗୋଟି ଦୁଇପଟେ ଗଙ୍ଗା ଏବଂ ଯମୁନା ରହିଥାଆନ୍ତି ।

ସେହିପରି ଭାବେ ନନ୍ଦିଘୋଷ ରଥରେ ଦକ୍ଷୀଣ ପାର୍ଶ୍ଵରେ ହରିହର ହନୁମାନ ସ୍କନ୍ଧାରୂଢ ଶ୍ରୀରାମ, ମଧୁସୂଦନ । ବାମ ପଟରେ ନାରାୟଣ, ଚିନ୍ତାମଣି କୃଷ୍ଣ ଏବଂ ପଞ୍ଚମୁଖି ହନୁମାନ ରହିଥାଆନ୍ତି । ପଛପାଖରେ ଗିରିଧାରୀ, ବିଦରଣ ନୃସିଂହ, ରାବଣର ଛତ୍ରଭଙ୍ଗ ଏବଂ ରଥ ଉପର ଶ୍ରୀଜୀଉଙ୍କ ସମ୍ମୁଖ ଭାଗ ନାଟଗୋଡ଼ ଦୁଇ ପାଶ୍ୱର୍ରେ ଜୟ ଓ ବିଜୟ ରହିଥାଆନ୍ତି ।

Leave A Reply

Your email address will not be published.