Latest Odisha News

BREAKING NEWS

ପ୍ରବାସୀ ଓଡ଼ିଆଙ୍କ ତରଫରୁ ମନୋରମା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବରିଷ୍ଠ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ବିୟୋଗରେ ବିଶ୍ୱ ଓଡ଼ିଶା ସମାଜ ତରଫରୁ ଏକ ଆଭାସି ଶୋକସଭା ଆୟୋଜିତ ହୋଇଯାଇଛି । ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ ଶତାଧୀକ ପ୍ରବାସୀ ଓଡ଼ିଆ ନେତୃବର୍ଗ, ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତାମାନେ ଯୋଗଦେଇ ସ୍ବର୍ଗତଃ ମହାପାତ୍ରଙ୍କ ମହନୀୟ ଜୀବନ ଦର୍ଶନର ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦ୍‍ଗତି ପାଇଁ ପ୍ରାର୍ଥନା କରିଥିଲେ ।

ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ମହାପାତ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି ୱେବିନାରରେ ସାହିତ୍ୟିକ ହରପ୍ରସାଦ ଦାସ , ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ପ୍ରବୋଧ କୁମାର ରାଉତ ଯୋଗଦେଇ ସ୍ବର୍ଗତଃ ମହାପାତ୍ରଙ୍କ ସାହିତ୍ୟିକ ତଥା ସାମ୍ବାଦିକତା ବିଷୟରେ ଆଲୋଚନା କରି , ତାଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ ।

ଏହି ପ୍ରାର୍ଥନା ସଭାରେ ଆମେରିକାର ରୋଡ୍‍ସ ଆଇଲ୍ୟାଣ୍ଡରୁ ଅକ୍ଷୟ ମହାନ୍ତି, ୟୁ.ଏ.ଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର ଏବଂ ବ୍ରିଟେନରୁ ଜୟଶ୍ରୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

 

 

Leave A Reply

Your email address will not be published.