Latest Odisha News

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ , ଡ୍ରାଇଭର ମୃତ

ଆନନ୍ଦପୁର : ସରକାର ସଡକ ସୁରକ୍ଷା ନେଇ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି  । ତଥାପି ଦୁର୍ଘଟଣା କମିବାର ନାଁ ଧରୁନି । ପ୍ରତିଦିନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଯାଉଛି  । ଆଜି ମଧ୍ୟ ସେମିତି କିଛି ଦୁଃଖଦ ଖବର ସାମ୍ନାକୁ ଆସିଛି  । ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  । ଲୁହାପଥର ବୋଝେଇ ଟ୍ରକ ଓଲଟି ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି  । ମୃତ ଡ୍ରାଇଭରଙ୍କର ପରିଚୟ ଅସ୍ପଷ୍ଟ ରହିଛି ।

ସୂଚନା ମୂତାବକ ଆଜି ଭୋର ସକାଳୁ  ଏକ ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ ପାରାଦୀପ ଅଭିମୁଖେ ଯାଉଥିଲା  । ମାତ୍ର କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଓଲଟି ପଡିଥିଲା ।  ଟ୍ରକଟି ଓଲଟି ପଡିବା ସମୟରେ ଡ୍ରାଇଭର ଡେଇଁ ପଡି ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ  । ମାତ୍ର ଟ୍ରକଟି ଡ୍ରାଇଭରଙ୍କ ଉପରେ ପଡିଯାଇଥିଲା  । ଯାହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା  ।  ପରେ ଅଗ୍ନିଶମ ବାହିନୀ ଏବଂ ଘସିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.