Latest Odisha News

BREAKING NEWS

ସୋମାଲିକା ଆସିଲେ, ହେଲେ ଆସିଲେନି ବିଜୟଶଙ୍କର; ନଭେମ୍ବର ୨୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ: କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହେଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟ ଶଙ୍କରଙ୍କ ବିବାହକୁ ବିରୋଧ କରି ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାଶ ଅଭିଯୋଗ କରିବା ପରେ ମଙ୍ଗଳବାର ବିବାହ ପଞ୍ଜୀକରଣ କୋର୍ଟରେ ହାଜର ହେବା ପାଇଁ ବିଜୟ ଶଙ୍କରଙ୍କୁ ନୋଟିସ କରାଯାଇଥିଲା । ହେଲେ ସୋମାଲିକା ହାଜର ହୋଇଥିଲେ ହେଁ ବିଜୟ ଶଙ୍କର କିମ୍ବା ତାଙ୍କର ଭାବି ପତ୍ନୀ ପ୍ରତ୍ୟୁଷା ନନ୍ଦ କେହି ହାଜର ହୋଇ ନ ଥିଲେ ।

କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ପକ୍ଷରୁ ଗତକାଲି ତିନି ଜଣଙ୍କୁ ହଜାର ହେବା ପାଇଁ ନଭେମ୍ବର ୩ ତାରିଖରେ ନୋଟିସ କରାଯାଇଥିଲା । ହେଲେ ସୋମାଲିକା ହାଜର ହୋଇଥିଲେ ହେଁ  ବିଜୟଶଙ୍କର ବା ପ୍ରତ୍ୟୁଷା କେହି ଆସି ନ ଥିଲେ । ତେବେ ସୋମାଲିକା   ହାଜର ହୋଇ ନିଜର ପକ୍ଷ ରଖିଥିଲେ ଏବଂ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ ।

ବିଜୟ ଅନୁପସ୍ଥିତ ରହିବାରୁ ଜିଲ୍ଲ ସବ ରେଜିଷ୍ଟ୍ରାର ଗୋପବନ୍ଧୁ ପରିଡା ନଭେମ୍ବର ୨୧ ତାରିଖ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ଶୁଣାଣିରେ ସୋମାଲିକାଙ୍କୁ ତାଙ୍କର ସାକ୍ଷୀ ପ୍ରମାଣ ପ୍ରଦାନ କରିବାକୁ କହିଥିଲେ ।   ପୂର୍ବରୁ ପ୍ରତ୍ୟୁଷା ବିବାହିତା ବୋଲି ଯୁକ୍ତି ବାଢିଥିଲେ ସୋମାଲିକା  ଦାଶ । ତେବେ ଏ ସଂକ୍ରାନ୍ତ ପ୍ରମାଣ ଦେବାକୁ ପଞ୍ଜୀକରଣ ଅଧିକାରୀ କହିଥିଲେ । ଏଥିନିମନ୍ତେ ସୋମାଲିକା ୨ ସପ୍ତାହ ସମୟ ମାଗିଥିଲେ ।

ସୂଚନାଥାଉ କି, ସୋମାଲିକା ଅକ୍ଟୋବର ୭ ତାରିଖର ଜଗତସିଂହପୁର ପୋଲିସ ଷ୍ଟେସନରେ ବିଜେଡି ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ପାଇଁ ନ୍ୟାୟ ମାଗିଥିଲେ । ପ୍ରଥମେ ୨ଟି ମାମଲା ରୁଜୁ ହୋଇଥିଲେ ହେଁ ପୋଲିସ   ବିଜୟ ଶଙ୍କରଙ୍କୁ ଡାକି  ପଚରାଉଚରା କରି ନ ଥିଲା ବୋଲି ସୋମାଲିକା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.