ବଲାଙ୍ଗୀର:୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଦୁଇ ବାଇକ ଅରୋହୀଙ୍କ ମୃତ୍ୟୁ । ମୃତକମାନେ ହେଲେ କାଁହା ସରଭଙ୍ଗ ଓ ବିନୋଦ ବାରିକ। ଉଭୟଙ୍କ ଘର ବଲାଙ୍ଗିର ତରଭା ଅଞ୍ଚଳର ।
ଉଭୟ କୌଣସି କାମରେ ବଲାଙ୍ଗିର ଆସୁଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିନୋଦ ବାରିକ ଏକ ଡାକ୍ତରଖାନାର କର୍ମଚାରୀ ଥିବା ଜଣାପଡ଼ିଛି।
ପୁଇଁତଳା ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି।
ଏପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ପୁଇଁତଳା ପୋଲିସ ବୁଝାସୁଝା କରିଥିଲା ।
