Latest Odisha News

BREAKING NEWS

Shooting in Polish city:ସହରରେ ଆଖିବୁଜା ଗୁଳିମାଡ଼; ୫ ମୃତ, ୧୨ରୁ ଅଧିକ ଆହତ

ନୂଆଦିଲ୍ଲୀ:ଶନିବାର ଅପରାହ୍ନରେ ପୋଲାଣ୍ଡର କ୍ରାକୋ ସହରରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ସହରର ମୁଖ୍ୟ ବଜାର ଅଞ୍ଚଳ ନିକଟରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିବା ଦ୍ବାରା ୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଆକ୍ରମଣକାରୀ ଜଣକ ଏକ ଗାଡ଼ି ଚଳାଇବା ସମୟରେ ରାସ୍ତାରେ ଥିବା ଲୋକମାନଙ୍କୁ ଟାର୍ଗେଟ କରିଥିଲା। ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କିଛି ପୋଲିସ ଅଧିକାରୀ ମଧ୍ୟ ଅଛନ୍ତି।

ପୋଲିସର ସୂଚନାନୁଯାୟୀ, ଆକ୍ରମଣକାରୀ ଜଣକ କ୍ରାକୋର ମେନ୍ ସ୍କୋୟାର ନିକଟରେ ଗାଡ଼ି ଚଲାଉଥିବା ସମୟରେ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ସେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଚୟନ ନକରି ଅଞ୍ଚଳରେ ଉପସ୍ଥିତ ଥିବା ଲୋକଙ୍କୁ ଟାର୍ଗେଟ କରିଥିଲେ। ହଠାତ୍ ଗୁଳି ଫୁଟିବା ଫଳରେ ଆଖପାଖରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ସନ୍ଦିଗ୍ଧ ବ୍ୟକ୍ତି ଗୁଳି ଖାଇ ଆହତ ହୋଇଥିଲେ।

ପୋଲିସ ଜଣାଇଛି ଯେ ଗୁଳିଚାଳନା ଘଟଣାରେ କିଛି ସାଧାରଣ ନାଗରିକ ଏବଂ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ତେବେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ସେ ଜଣାଇଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀଙ୍କ ପରିଚୟ ଏବଂ ଗୁଳିକାଣ୍ଡ ପଛର ଉଦ୍ଦେଶ୍ୟ ସମ୍ପର୍କରେ କୌଣସି ସରକାରୀ ସୂଚନା ମିଳିନାହିଁ।

Leave A Reply

Your email address will not be published.