Latest Odisha News

BREAKING NEWS

ମର୍ଣ୍ଣିଂ ଓ୍ବାକ୍ ବେଳେ ଧକ୍କା ଦେଲା ଟ୍ରକ୍ : ଦୁଇ ମୃତ, ଟ୍ରକ୍ ଟ୍ରାଇଭର ଫେରାର୍

ଅନୁଗୁଳ :  ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ୪୯ନଂ ଜାତୀୟ ରାଜପଥ ମୁକ୍ତାପୁର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ମର୍ଣ୍ଣିଂ ଓ୍ବାକ୍ କରୁଥିବାବେଳେ ଟ୍ରକ୍ ମାଡିଯାଇଛି  । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇତିବା ସୂଚନା ମିଳିଛି । ମୃତକ ମାଧବ ସମାଡ ଏବଂ ରାଜେଶ ଶୁଣ୍ଡି ବୋଲି ଜଣାପଡିଛି ।  ଏମାନେ ଦୁଇ ଜଣ ପ୍ରତିଦିନ ପରି ଆଜି ମଧ୍ୟ ସକାଳୁ ମର୍ଣ୍ଣିଂ ଓ୍ବାକ ପାଇଁ ଯାଉଥିଲେ  ।

ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା  । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।  ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ହ୍ରାଇଭର ଜଣକ ଫେରାର ହୋଇଯାଇଛି । ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.