Latest Odisha News

BREAKING NEWS

ଶିଶୁ କବିତା : ଆମ ଘରେ ଏକ ଚଟିଆ

ପୂଣ୍ୟପ୍ରଭା ଦେବୀ

ଆମ ଘରେ ଏକ ଘର ଚଟିଆ
ଥିଲା ସିଏ ଭାରି ନଟଖଟିଆ
କିଚିରିମିଚିରି ପାଟି କରି କରି
ଉଡିଉଡିଯାଏ ବାରିପଟିଆ।

ଆମ ଘରେ ଥିଲା ଘରଚଟିଆ।
ସକାଳୁ ସକାଳୁ ଯାଏ ସେ ଚରି
ଆଣେ କାଠିକୁଟାସାଥିରେ ଧରି
ପଙ୍ଖା ଉପରେ କରେ ସେ ବସା
ସବୁ ହୋଇଯାଏ ଫସରଫସା।

ଆମ ଘରେ ଥିଲା ଘରଚଟିଆ
ଭାବିଲା ଚଢିବା ଫଟଫଟିଆ
କୁନା ଯାଏ ବାପା ପଛରେ ବସି
ଦେଖିଦେଖି ତାକୁ ହୁଏ ସେ ଖୁସି
କୁନା ମାଆ ତାକୁଟା ଟା କରେ
ଫାଟକ ପାଖକୁ ନିଇତି ଆସି।

ଆମ ଘରେ ଥିଲା ଘରଚଟିଆ
ସିଏ ତ ଗୋଟାଏ ମନ ମୋଟିଆ
ଭାବେ କୁନା ପରି ଯିବ ସେ ପଢି
ବାଇକ୍ ଚଢି।

କୁନା ବସିଥିଲା ବାପାଙ୍କ ପଛରେ
ବସ୍ତାନିଟାକୁ କାନ୍ଧରେ ଧରି
ଉଡିଉଡି ଯାଏ ଯାଇ ବସ୍ତାନି ପରେ
ଚଟିଆ ବସିଲା ଆସ୍ତେ କରି।

କୁନା ଯେତେବେଳେ ଶ୍ରେଣୀକୁ ଗଲା
ବଢିଗଲେ ତାକୁ ଯେତକ ପିଲା
ଘରଚଟିଆକୁ ଧରିବା ପାଇଁ
ପାଖକୁ ତହାର ଆସିଲେ ଧାଇଁ
ଚଟିଆ ଉଡିଲା ଘରଟା ସାରା
ନ ଆସେ ପାଖକୁ ନଦିଏ ଧରା।
ପିଲା ତା ପଛରେ ନାଚିଲେ କୁଦିଲେ
ଶ୍ରେଣୀଟା ହୋଇଲା ବଡ ପାଟିଆ।

ମାଷ୍ଟର ଆସି ବକିଲେ ଭାରି
ପାଟି ଗୋଳ କିଆଁ ରଖିଛ ଜାରି ?
ଚଟିଆ ପଛରେ ପିଲାକୁ ଗୋଡାଇ
ସାବାଡ କରିଲେ ପିଟି ପିଟିକା।

Leave A Reply

Your email address will not be published.