Latest Odisha News

ଆମେରିକାରେ ପହଁଞ୍ଚି ଟ୍ରମ୍ପ କହିଲେ ଭାରତ ମହାନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଦୁଇ ଦିବସୀୟ ଗସ୍ତ ପୁରା କରି ନିଜ ଦେଶରେ ପହଁଞ୍ଚି ଭାରତକୁ ମହାନ ଦେଶ କହିଛନ୍ତି । ଟ୍ରମ୍ପ ୨୪,୨୫ ଫେବ୍ରୁୟାରୀରେ ଭାରତ ଗସ୍ତରେ ଆସିଥିଲେ । ଏହି ଯାତ୍ରାରେ ତାଙ୍କ ସହ ପତ୍ନୀ ମେଲାନିଆ,ଝିଅ ଇଭାଙ୍କା ଓ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଉପସ୍ଥିତ ଥିଲା । ଭାରତ ଯାତ୍ରା ଖୁବ୍‌ ଭଲ ଓ ସଫଳପୂର୍ଣ୍ଣ ହେଲା ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପଙ୍କର ୩୬ ଘଣ୍ଟାର ଗସ୍ତରେ ଅହମ୍ମଦାବାଦରେ ଜନସମାଗମପୂର୍ଣ୍ଣ ମୋଟେରା ଷ୍ଟାଡ଼ିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ୟ୍ୟକ୍ରମକୁ ସମ୍ୱୋଧିତ କରିଥିଲେ । ଏହା ବ୍ୟତୀତ ଆଗ୍ରାରେ ତାଜମହଲ ଦର୍ଶନ କରିଥିଲେ । ଟ୍ରମ୍ପ ଆମେରିକା ଫେରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ରମ୍ପଙ୍କୁ ମଙ୍ଗଳବାର ରାତିରେ ଅନେକ ଟ୍ୱିଟ୍‌ କରିଥିଲେ । ସେ ଭାରତ ଗସ୍ତ ପାଇଁ ଟ୍ରମ୍ପଙ୍କୁ ହୃଦୟତାର ସହ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.