Latest Odisha News

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏହି ଦଙ୍ଗାରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ହେଉଥିବା ଯୋଗୁଁ ଏହି ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।

ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ ଥିବା ୧୦୬ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଏଫଆଇର ରୁଜୁ କରାଯାଇଛି । ବୁଧବାର ପୋଲିସ ମୁଖ୍ୟ ମନ୍ଦୀପ ସିଂ ରାନ୍ଧୱା ଏହି ରିପୋର୍ଟ ଗଣମାଧ୍ୟମକୁ ଦେଇଛନ୍ତି । ଦିଲ୍ଲୀ ପୋଲିସ ପକ୍ଷରୁ ଏକ ହେଲପ ଲାଇନ ୦୧୧-୨୨୮୨୯୩୩୪, ୨୨୮୨୯୩୩୫ ମଧ୍ୟ ଜାରି କରାଯାଇଛି ।

ଏହା ମାଧ୍ୟମରେ ଅସୁବିଧାରେ ପଡିଥିବା ବ୍ୟକ୍ତିଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ । ସ୍ଥିତି ବର୍ତମାନ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଛି ।

Leave A Reply

Your email address will not be published.