Latest Odisha News

ସୁଟିଂ ଫ୍ଲୋରରେ ନାରୀକୈନ୍ଦ୍ରିକ ସିନେମା ‘ମୁଁ ଅଭିନେତ୍ରୀ’

ଭୁବନେଶ୍ୱର: ଆକ୍ସନ ହିରୋ କିମ୍ବା ରୋମାଣ୍ଟିକ ଚକଲେଟ ବୟ କାହାଣୀ ଉପରେ ଫୋକସ ରଖୁଥିବା ଓଲିଉଡ ରେ ଅଭିନେତ୍ରୀ ମୁଖ୍ୟ ଚରିତ୍ରରେ ରହିଥିବା ଖୁବ କମ । ତେବେ ଏହି ଅଭାବ କମ କରିବା ପାଇଁ ଆଗକୁ ଆସୁଛି ଏକ ହିରୋଇନ କୈନ୍ଦ୍ରିକ ସିନେମା ‘ମୁଁ ଅଭିନେତ୍ରୀ’ । ଶାରଳା ପ୍ରଡକ୍ସନର ଏହି ଚଳଚିତ୍ରରେ ଲିଡ଼ ରୋଲରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଜିନା । ତାଙ୍କ ବିପକ୍ଷରେ ନାୟକ ଭାବରେ ଏଥିରେ ତାଙ୍କ ରିଅଲ ଲାଇଫ ସ୍ୱାମୀ ରୁଦ୍ର ରହିଥିବା ବେଳେ ଦ୍ଵିତୀୟ ନାୟକ ଭୁମିକାରେ ଅଛନ୍ତି ଅରିଜିତ ପାତ୍ର । ଏହି ସିନେମାର ନିର୍ଦେଶକ ହେଉଛନ୍ତି

‘ଏଇ ମିଳନ ଯୁଗ ଯୁଗର’ ଓ ‘ମୁଁ ଗୋଟେ ଦୁଷ୍ଟ ପିଲା’ ଭଳି ସିନେମାର ନିର୍ଦେଶନା ଦେଇଥିବା ଅଶୋକ କୁମାର ମଲ୍ଲିକ । ବର୍ତମାନ ସୁଟିଂ ଚାଲିଥିବା ଏହି ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି, ଦେବୁ ବ୍ରହ୍ମା, ବ୍ରଜ ସିଂ, ଅସିତ ପତି, ପ୍ରିୟଙ୍କା, ପାୟଲ, ବିଜୁ ବଡ଼ଜେନା, ଅରବିନ୍ଦ ଷଡଙ୍ଗୀ ଓ କୁସୁମ ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.