ୱାଶିଂଟନ: କଲମ୍ବିଆ ସରକାର ପ୍ରବାସୀଙ୍କୁ ନେଇ ଯାଉଥିବା ଦୁଇଟି ଆମେରିକୀୟ ସାମରିକ ବିମାନକୁ ଦେଶରେ ଅବତରଣ କରିବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଆକ୍ସନ ମୋଡରେ ଟ୍ରମ୍ପ।
କଲମ୍ବିଆ ଉପରେ ଖପ୍ପା ଥିବା ଟ୍ରମ୍ପ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏପରିକି ୨୫ ପ୍ରତିଶତ ଜରୁରୀକାଳୀନ ଶୁଳ୍କ ବୃଦ୍ଧି ନେଇ ଘୋଷଣା କରିଥିଲେ।
ଏହା ପରେ କଲମ୍ବିଆ ସରକାରଙ୍କ ଭାବଭଙ୍ଗୀ ବଦଳି ଯାଇଥିବା ବେଳେ ଆମେରିକା ସହିତ କଥାବାର୍ତ୍ତା କରି ନାଗରିକମାନଙ୍କୁ ସେଠାରୁ ଫେରାଇ ଆଣିବାର ବ୍ୟବସ୍ଥା କରୁଛନ୍ତି।
କଲମ୍ବିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କ ନେତୃତ୍ୱାଧୀନ ସରକାର ନାଗରିକମାନଙ୍କୁ ସମ୍ମାନଜନକ ଭାବେ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି।
Comments are closed.