Latest Odisha News

BREAKING NEWS

ଓଟିଟିରେ ରିଲିଜ ହେବ ‘ପୁଷ୍ପା-୨’

ଚେନ୍ନାଇ: ସାଉଥ ଅଭିନେତା ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏହି ଫିଲ୍ମଟି ଗତ ବର୍ଷ ଡିସେମ୍ବର ୫ ତାରିଖରେ ଦେଶର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଓଟିଟିରେ ଏହି ଫିଲ୍ମ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ ଖୁସି ଖବର। କାରଣ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ, ଫିଲ୍ମ ‘ପୁଷ୍ପା ୨’ ୨୦୨୫ ମସିହା ଜାନୁଆରୀ ୩୦ରୁ ୩୧ ମଧ୍ୟରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇପାରେ। ଫିଲ୍ମର ଡିଜିଟାଲ ରାଇଟ୍ସକୁ ନେଟଫ୍ଲିକ୍ସ ବିପୁଳ ଦାମରେ କିଣିଥିବା ଚର୍ଚ୍ଚା ହେଉଛି।

‘ପୁଷ୍ପା ୨’ ଚଳଚ୍ଚିତ୍ରଟି ଦେଶର ସର୍ବାଧିକ ଇନକମ୍ କରିଥିବା ଚଳଚ୍ଚିତ୍ର ପାଲଟିଛି। ଏହି ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ପ୍ରାୟ ୧୨୩୨.୩୦ କୋଟି ଟଙ୍କା ସଂଗ୍ରହ କରିଥିଲା ବେଳେ ସାରା ବିଶ୍ୱରେ ପ୍ରାୟ ୧୮୦୦ କୋଟି ଟଙ୍କା ସଂଗ୍ରହ କରିଥିଲା। ତେବେ ଏହା ବିଶ୍ୱର ସର୍ବକାଳୀନ ଦ୍ୱିତୀୟ ସର୍ବାଧିକ ଇନକମ୍ କରିଥିବା ଫିଲ୍ମ ପାଲଟିଛି।

Comments are closed.