Latest Odisha News

BREAKING NEWS

ଆର୍‌ଏସ୍‌ଏସ୍ ଓ ବଜରଙ୍ଗ ଦଳକୁ ବ୍ୟାନ୍ କଲେ କଂଗ୍ରେସ ଜଳିପୋଡ଼ି ପାଉଁଶ ହୋଇଯିବ: କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ

ବେଙ୍ଗାଲୁରୁ: ଦକ୍ଷିଣ ଭାରତରେ ବଜରଙ୍ଗ ଦଳ ଓ ଆର୍‌ଏସ୍‌ଏସ୍ ବ୍ୟାନ୍ ହେବା ନେଇ ପ୍ରିୟଙ୍କ ଖଡ଼ଗେଙ୍କ ବିବାଦୀୟ ବୟାନ ପରେ କର୍ଣ୍ଣାଟକରେ ତାତିଲା ବିଜେପି। ରାଜ୍ୟ ବିଜେପି ସଭାପତି ନଳିନୀ କଟୀଲ କହିଛନ୍ତି ଯଦି ରାଜ୍ୟରେ ବଜରଙ୍ଗ ଓ ଆର୍‌ଏସ୍‌ଏସ୍ ଦଳ ବ୍ୟାନ୍ କରାଯିବ ତେବେ କଂଗ୍ରେସ ଜଳିପୋଡ଼ି ପାଉଁଶ ହୋଇଯିବ।

ପ୍ରିୟଙ୍କ ଖଡ଼ଗେ କହିଥିଲେ ଯେ ଯଦି ରାଜ୍ୟରେ ବଜରଙ୍ଗ ଦଳ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରେ ତେବେ କଂଗ୍ରେସ ଏହାକୁ ବ୍ୟାନ୍ କରିବାକୁ ପ୍ରସ୍ତୁତ ଅଛି। ପ୍ରିୟଙ୍କର ଏଭଳି ବୟାନରେ ରାଜ୍ୟ ବିଜେପି ପ୍ରଭଳ ବିରୋଧ କରିଛି।

ନଳିନୀ କଟୀଲ କହିଛନ୍ତି.  “ପ୍ରିୟଙ୍କ ଖଡ଼ଗେ ଆର୍‌ଏସ୍‌ଏସ୍‌କୁ ବ୍ୟାନ୍ କରିବା କଥା କହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଜଣେ ଆର୍‌ଏସ୍‌ଏସ୍ ସ୍ୱୟମସେବକ। ଆଉ ସେ କେନ୍ଦ୍ରରେ ମୁଖ୍ୟ ସ୍ଥାନରେ ଅଛନ୍ତି। ଆମେ ସମସ୍ତେ ଆର୍‌ଏସ୍‌ଏସ୍‌ର ସ୍ୱୟମସେବକ। ପଣ୍ଡିତ ଜବାହାର ଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଏବଂ ନରସିହ୍ମା ରାଓ ସରକାର ମଧ୍ୟ ଆର୍‌ଏସ୍ଏସ୍‌କୁ ବ୍ୟାନ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ସଫଳ ହୋଇପାରି ନଥିଲେ। ଯଦି ଆର୍‌ଏସ୍‌ଏସ୍ ଓ ବଜରଙ୍ଗ ଦଳକୁ ବ୍ୟାନ୍ କରିବାକୁ ଚେଷ୍ଟା କରାଯିବ ତେବେ କଂଗ୍ରେସ ଜଳିପୋଡ଼ି ପାଉଁଶ ହୋଇଯିବ। ଭଲ ହେବ ପ୍ରିୟଙ୍କ ଖଡ଼ଗେ ଦେଶର ଇତିହାସକୁ ପ୍ରଥମେ ଜାଣନ୍ତୁ। ପ୍ରିୟଙ୍କ ଖଡ଼ଗେ ତାଙ୍କ ଜିଭକୁ ଲଗାମ ଦେବା ଉଚିତ୍। ”

ସୂଚନା ଥାଉକି ନିର୍ବାଚନ ପୂର୍ବରୁ ମଧ୍ୟ କଂଗ୍ରେସ ରାଜ୍ୟରେ ବଜରଙ୍ଗ ଦଳକୁ ବ୍ୟାନ୍ କରିବାକୁ ଘୋଷଣା କରିଥିଲା। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଥିବା ବେଳେ ଏବେ ସିଧା ସିଧା ଚେତାବନୀ ଦେଇଛି।

Leave A Reply

Your email address will not be published.