Latest Odisha News

BREAKING NEWS

ରାତ୍ରୀ ଭୋଜନ ସାରି ହୋଟେଲରୁ ଫେରୁଥିବା ବେଳେ ହିନ୍ଦୁ ଯୁବକ ଓ ମୁସଲମାନ ଯୁବତୀଙ୍କୁ ଛୁରିମାଡ

ଇନ୍ଦୋର: ଦେଶରେ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ଘୃଣା ବଢ଼ିବାରେ ଲାଗିଛି। ଗୋଟିଏ ସମ୍ପ୍ରଦାୟ ଅନ୍ୟ ସମ୍ପ୍ରଦାୟ ଉପରେ ଆକ୍ରମଣ କରିବା ନିତିଦିନିଆ କଥା ହୋଇଗଲାଣି। ଗୁରୁବାର ମଧ୍ୟ ପ୍ରଦେଶ ଇନ୍ଦୋରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ହିନ୍ଦୁ ଯୁବକ ମୁସଲମାନ ଯୁବତୀ ଖାଦ୍ୟ ଖାଇ ସାରି ହୋଟେଲରୁ ସ୍କୁଟିରେ ଫେରୁଥିବା ବେଳେ କିଛି ମୁସଲମାନ ଯୁବକ ଦୁଇ ଜଣଙ୍କୁ ଘେରି ମାଡ଼ ମାରିବା ସହ ଛୁରି ଭୁସି ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି।

ଏହାପରେ ସଂଗେ ସଂଗେ ଘଟଣା ସ୍ଥଳକୁ ଦୁଇ ଜଣ ଆସି ଯୁବକ ଯୁବତୀଙ୍କୁ ଉଦ୍ଧାର କରିଥିଲେ ବୋଲି ଶୁକ୍ରବାର ପୁଲିସ ସୂଚନା ଦେଇଛି। ଭିଡିଓ ଏବେ ଭାଇରାଲ ହେବାରୁ ମାମଲା ସାମ୍ନାକୁ ଆସିଛି। ଏହି ମାମଲାର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ଘଟଣା ସମ୍ପର୍କରେ ପୁଲିସ ଡେପୁଟି କମିଶନର ରାଜେଶ ରଘୁବଂଶୀ କହିଛନ୍ତି ଯେ ଯୁବକ ଯୁବତୀ ଖାଇ ସାରି ହୋଟେଲରୁ ବାହାରୁଥିବା ବେଳେ କିଛି ଲୋକ ସେମାନଙ୍କୁ ଘେରି ଯାଇ ଯୁବତୀଙ୍କୁ ପ୍ରଶ୍ନ କରିଥିଲେ। ଅଲଗା ସମ୍ପ୍ରଦାୟର ଯୁବକ ସହ କାହିଁକି ବୁଲୁଛ ବୋଲି ସେ ଯୁବତୀଙ୍କୁ ଧମକାଇଥିଲେ। ବାପାମାଙ୍କୁ ଜଣେ ରାତ୍ରି ଭୋଜନ ଖାଇବାକୁ ଆସିଥିଲେ ବୋଲି ଯୁବତୀ ଉତ୍ତର ଦେଇଥିଲେ। ଏହା ସତ୍ତ୍ୱେ ବି ଭିଡ଼ ଭିତରେ ଥିବା ଲୋକେ ତାଙ୍କ ଛୁରି ମାରିଥିଲେ। ଏହାପରେ ସଂଗେ ସଂଗେ ଘଟଣା ସ୍ଥଳରେ ଦୁଇ ଜଣ ଆସି ଯୁବକ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

ଘଟଣାରେ ୩୦୭ ଦଫାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ବେଳେ ୭ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ୭ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ୨୩-୨୬ ହେବ। ଘଟଣା ପାଖାପାଖି ୨୦ ଜଣଙ୍କୁ ଧରିବାକୁ ପୁଲିସ ତଦନ୍ତ  ଜାରି ରଖିଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ୍ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.