Latest Odisha News

BREAKING NEWS

ଇଣ୍ଡୋନେସିଆରେ ସୁନାମୀ ମୃତ୍ୟୁ ସଂଖ୍ୟା ୪୦୦ ଛୁଇଁଲା

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସୁଲାୱାସି ଦୀପରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଏବେ ପ୍ରଳୟକାରୀ ସୁନାମୀ ଆସିଛି ।

ଏହି ସୁନାମୀରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ସୂଚନା ମିଳୁଛି ।

ଅନ୍ୟପକ୍ଷରେ ଆଜି ସକାଳେ ପାଲୁ ସହର ଓ ଏହାର ଆଖପାଖ ଅଞ୍ଚଳରେ କିଛି ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରହିଥିଲା ।

ଆହୁରି ମଧ୍ୟ ଇଣ୍ଡୋନେସିଆରେ ପ୍ରଳୟ ଆଣିଥିବା ଏହି ସୁନାମୀ ଯୋଗୁଁ ପାଖାପାଖି ୬.୬ ଫୁଟ ଉଚ୍ଚର ଜୁଆର ମାଡି ଆସିଥିଲା । ଯାହାର ପ୍ରଭାବରେ ସୁଲୱାସୀ ଦୀପପୁଞ୍ଜର ପାଲୁ ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା ।

ତେବେ ଏହାରେ ଭୂମିକମ୍ପ ପରେ ଆସିଥିବା ସୁନାମୀରେ ଅନେକ ଧନଜୀବନ କ୍ଷୟକ୍ଷତି ହେବା ସହ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏଥିସହିତ ସହରର ଅନେକ କୋଠା, ହସ୍ପିଟାଲ, ସପିଂ ମଲ୍ ଓ ହୋଟେଲ ସବୁ ମାଟିରେ ମିଶିଯିବା ସହ ବହୁ କ୍ଷୟକ୍ଷତି ଘଟିଛି ।

Leave A Reply

Your email address will not be published.