Latest Odisha News

BREAKING NEWS

ଲ୍ୟାଣ୍ଡିଙ୍ଗ ବେଳେ ବିମାନରେ ଅଗ୍ନିକାଣ୍ଡ; ଫ୍ଲାଇଟରେ ଥିଲେ ୨୭୮ ଯାତ୍ରୀ

ନୂଆଦିଲ୍ଲୀ: ୨୭୮ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ତୁର୍କୀ ଏୟାରଲାଇନ୍ସର ବିମାନ ଅବତରଣ କରିବା ମାତ୍ରେ ଟାୟାରରେ ନିଆଁ ଲାଗିଯାଇଥିଲା।

ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳେ ବିମାନଟି ଅବତରଣ କରିଥିଲା। ନିକଟରେ ଠିଆ ହୋଇଥିବା ଲୋକମାନେ ସେମାନଙ୍କ ମୋବାଇଲ୍ ଫୋନ୍‌ରେ ଭିଡିଓ ଉଠାଇବା ଆରମ୍ଭ କରିଥିଲେ ଯାହା ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଜରୁରୀକାଳୀନ ସେବା ତୁରନ୍ତ ସକ୍ରିୟ କରାଯାଇଥିଲା।

ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ବିମାନ ଅବତରଣ ସମୟରେ ଟାୟାରରେ ନିଆଁ ଲାଗିବା ପରେ ଏହି ଘଟଣା ଘଟିଥିଲା। ଭିଡିଓରେ ଚାରିଆଡ଼େ ଧୂଆଁ ବ୍ୟାପିଥିବା ଦେଖାଯାଉଛି। ବିମାନବନ୍ଦରରେ ଉପସ୍ଥିତ ଅଗ୍ନିଶମ ଗାଡ଼ି ସାହାଯ୍ୟରେ ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରାଯାଇଥିଲା। ତେବେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିବା ଜଣାପଡିଛ।

ବିମାନବନ୍ଦର ସୁରକ୍ଷା ଅଧୀକ୍ଷକ ରାଜକୁମାର ସିଲୱାଲ ଗଣମାଧ୍ୟମକୁ କହିଛନ୍ତି ଯେ ଅବତରଣର କିଛି ସମୟ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ସେ କହିଛନ୍ତି ଯେ “ତୁର୍କୀ ଏୟାରଲାଇନ୍ସର ବିମାନ TK 726 ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା ଏବଂ ଅବତରଣ ସମୟରେ ଏକ ଟାୟାରରେ ନିଆଁ ଲାଗିଯାଇଥିଲା।” କିନ୍ତୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି।

ସେପଟେ ଅଧିକାରୀମାନେ ଏବେ ଅବତରଣ ପରେ ଟାୟାର ଫାଟିବା କିମ୍ବା ନିଆଁ ଲାଗିବାର କାରଣ କଣ ସେନେଇ ତଦନ୍ତ କରୁଛନ୍ତି।

 

Leave A Reply

Your email address will not be published.