Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ନାଗିନ୍‌-୩ ଆକ୍ଟର

ମୁମ୍ବାଇ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଲୋକପ୍ରିୟ ଟେଲି କଳାକାର ପର୍ଲ ଭୀ ପୁରୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ତାଙ୍କୁ ଏବେ ଭାସାଇର ସ୍ଥାନୀୟ କୋର୍ଟଙ୍କ ଦ୍ବାରା ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ତାଙ୍କୁ ଏପର୍ଯ୍ୟନ୍ତ ଜାମିନ ମିଳିନାହିଁ।

ପର୍ଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଆଇପିସି ଧାରା ୩୭୬ ଏବି, r / w POCSO ଆକ୍ଟ ୪, ୮, ୧୨,୧୯, ୨୧ ଅନୁଯାୟୀ ୱାଲିଭ ପୋଲିସ ତାଙ୍କୁ ଗିରଫ କରିଥିଲା।

ଭସାଇ ବିହାର ଜୋନ୍ ୨ର ଡିସିପି କହିଛନ୍ତି ଯେ ପର୍ଲଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି ତାଙ୍କୁ ଜାମିନ ପ୍ରଦାନ କରାଯାଇ ନାହିଁ।

Comments are closed.