Latest Odisha News

BREAKING NEWS

ଦିନକ ଭିତରେ ଦୁଇଟି ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଳୀ: ମଙ୍ଗଳବାର ସ୍ପାଇସଜେଟର ଦୁଇଟି ବିମାନ ଜରୁରୀ ଅବତରଣ କରିଛି । ଗୁଜୁରାଟର କାନ୍ଦଲାରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ମୁମ୍ବାଇରେ ପହଞ୍ଚିଥିଲେ ସୁଦ୍ଧା ଶୀଘ୍ର ଅବତରଣ କରିବା ପାଇଁ ମୁମ୍ବାଇ ଏୟାରେପାର୍ଟକୁ ଯୋଗାଯୋଗ କରାଯାଇଥିଲା ।

୨୩ ହଜାର ଫୁଟ ଉପରେ ଥିବା ବେଳେ ବିମାନ ଓ୍ବିଙ୍ଗସିଲ୍ଡ ଭାଙ୍ଗିଥିବା ଜଣାପଡ଼ିଥିଲା । ଏହାପରେ ମୁମ୍ବାଇ ଏୟାରେପାର୍ଟକୁ ଯୋଗାଯୋଗ କରି ଜରୁରୀ ଅବତରଣ କରାଯାଇଥିଲା ।

ଏ ସଂପର୍କରେ ସ୍ପାଇସଜେଟ ପକ୍ଷରୁ ଲୋକସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ମଙ୍ଗଳବାର ସକାଳେ ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କରାଚିରେ ଜରୁରୀ ଅବତରଣ କରିଥିଲା । ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ଏହି ଦୁଇ ଘଟଣାର ତଦନ୍ତ କରୁଛି ଏବଂ ଶୀଘ୍ର ରିପୋର୍ଟ ପ୍ରକାଶ ପାଇବ ବୋଲି ଡିଜିସିଏ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.