Latest Odisha News

BREAKING NEWS

ଯାଆଁଳା ଛୁଆ ସହ ନଜର ଆସିଲା ହାତୀ : ଏହା ବିରଳ ଦୃଶ୍ୟ ବୋଲି କହିଲେ ଆଇଏଫଏସ ଅଧିକାରୀ

ଆପଣ ନିଶ୍ଚିତ ଭାବେ ହାତୀ ଓ ତାର ଛୁଆକୁ ଦେଖିଥିବେ । କିନ୍ତୁ କେବେ କୌଣସି ହାତୀ ଓ ତାର ଯାଆଁଳା ଶିଶୁ ସହ ଦେଖିଛନ୍ତି ? ହେଲେ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ହାତୀ ତାର ଯାଆଁଳା ଛୁଆ ହାତୀ ସହ ନଜର ଆସିଛିି ।

ଆଇଏଫଏସ ସୁଶାନ୍ତ ନନ୍ଦା ନିକଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଏକ ହାତୀ ତାର ଯାଆଁଳା ଛୁଆ ସହିତ ରାସ୍ତା ପାର ହେଉଥିବା ଦେଖାଯାଉଛି । ଏହା ଏକ ବିରଳ ଦୃଶ୍ୟ ବୋଲି ମଧ୍ୟ କହିଛନ୍ତି । କାରଣ ଦୁନିଆରେ ୧% ରୁ କମ୍ ଯାଆଁଳା ହାତୀ ଛୁଆ ଜନ୍ମ ହୋଇଥାନ୍ତି । ଯଦି କୌଣସି ହାତୀ ଯାଆଁଳା ସନ୍ତାନ ଜନ୍ମ ଦିଏ, ତେବେ ଉଭୟ ଛୁଆ ବଞ୍ଚିବା ସମ୍ଭାବନା ବହୁତ କମ୍ । ଯଦି ବଞ୍ଚନ୍ତି ତାହାହେଲେ ସେମାନେ ବହୁତ ଦୁର୍ବଳ ହୋଇଥିବେ । ସେଥିପାଇଁ ଏହି ଚିତ୍ର ଅବିଶ୍ୱସନୀୟ । ଏହି ଫଟୋ ଓ ଭିଡ଼ିଓଟି ଉତ୍ତର-ପୂର୍ବ ଭାରତର ।
କେବଳ ଏସିଆ ଏବଂ ଆଫ୍ରିକାରେ ଏଭଳି କିଛି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ ଏବଂ ଉଭୟ ଜୀବନ୍ତ ଏବଂ ଶକ୍ତିଶାଳୀ ରହିଥିଲେ । ଆମେରିକା ଏବଂ ୟୁରୋପର କୌଣସି ଦେଶରେ ଯାଆଁଳା ହାତୀ ବଞ୍ଚିଥିବାର ଏ ପର୍ଯ୍ୟନ୍ତ ରିପୋର୍ଟ ନାହିଁ ।

ହାତୀକୁ ସବୁଠାରୁ ବଡ ପଶୁ ଭାବେ ବିବେଚନ କରାଯାଏ । ଏହାର ଗର୍ଭଧାରଣ ସମୟ ହେଉଛି ୨୨ ମାସ, ଯାହା ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ଅଧିକ ସମୟ ଅଟେ । ଜନ୍ମ ସମୟରେ ହାତୀ ଛୁଆର ଓଜନ ପ୍ରାୟ ୧୦୪ କିଲୋଗ୍ରାମ ହୋଇଥାଏ । ଗୋଟେ ହାତୀ ସାଧାରଣତଃ ୫୦ ରୁ ୭୦ ବର୍ଷ ବଞ୍ଚିଥାଏ । କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ଯାଆଁଳା ହାତୀ ଛୁଆ ଜନ୍ମ ହୋଇଥିଲେ । ତା’ପରେ ଏହା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଥିଲା ।

Leave A Reply

Your email address will not be published.