Latest Odisha News

BREAKING NEWS

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ଉଦୟୀମାନ କ୍ରିକେଟର୍ !

ମୁମ୍ବାଇ: ବହୁ ତର୍କବିତର୍କ ପରେ ଶେଷରେ ବାହାର ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ହେଲେ କ୍ରିକେଟ୍‌ର ଏହି ଫଟାଫଟ୍ ଫର୍ମାଟ୍ ଆରମ୍ଭ ହେବା ପୂର୍ବରୁ ଶୁଣିବାକୁ ମିଳିଛି ଦୁଃଖଦ ଖବର । ଆଇପିଏଲ୍‌ରେ ଚୟନ ନହେବାରୁ ମୁମ୍ବାଇର ଜଣେ ଉଦୟୀମାନ କ୍ରିକେଟର୍ ଆତ୍ମହତ୍ୟା କରିଛନ୍ତି ।

ମୁମ୍ବାଇର ଜୁନିଅର ଷ୍ଟେନ୍ ଓରଫ କରନ୍ ତିୱାରୀ । ସୋମବାର ରାତିରେ ଏହି କ୍ରିକେଟର ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ଗୋକୁଲଧାମରେ ରହୁଥିବା କରନଙ୍କ ପାଖରେ କୌଣସି ଚାକିରୀ ନଥିଲା । କ୍ଲବ୍‌ସ୍ତରରେ ଅତି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଆସୁଥିଲେ ବି କରନ ମୁମ୍ବାଇ ତରଫରୁ ଖେଳିବା ପାଇଁ ସୁଯୋଗ ପାଇନଥିଲେ । ଅନ୍ୟପଟେ ବିସିସିଆଇ ନିୟମ ଅନୁଯାୟୀ ରାଜ୍ୟସ୍ତରୀୟ ଖେଳାଳି ହିଁ ଆଇପିଏଲରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥାନ୍ତି ।

ସ୍ଥାନୀୟ କ୍ଲବରେ ବେଶ କିଛି ଦିନ ଧରି ଖେଳିଥିବା କରନ୍ ନିକଟରେ କୋଚିଂରେ ପର୍ଯ୍ୟାୟ ବି ପୂରଣ କରିଥିଲେ । ହେଲେ ଆଇପିଏଲରେ ତାଙ୍କ ଚୟନ ନ ହେବା ଖବରକୁ ସେ ଗ୍ରହଣ କରିନପାରି ଆତ୍ମହତ୍ୟାର ପନ୍ଥା ଆପଣେଇବାକୁ ଉଚିତ୍ ମଣିଥିଲେ ।

Leave A Reply

Your email address will not be published.