Latest Odisha News

BREAKING NEWS

ଜୟପୁରରୁ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଜୟପୁର: ଜୟପୁର ସଦର ଥାନା ଅର୍ନ୍ତଗତ କୋଲାବ ସାଇଡରୁ ଜବତ ହୋଇଛି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ । ଏହା ସହ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ । ରାଜ୍ୟ ବାହାରକୁ ଏକ କାର (ସିଜି ୨୯-ଏ- ୫୦୦୮) ଯୋଗେ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରିଥିଲା ।

ଜାତୀୟ ରାଜପଥ-୨୬ ଜୟପୁର ରାଜପଥ ଦେଇ ଛତିଶଗଡ଼ର ଅମରନାଥ ଏବଂ ଅବିନାଶ ଖାଟିକ ଓଡ଼ିଶାରୁ ମାଲ୍ ଚାଲାଣ କରୁଥିଲେ । ଚଢ଼ଉ ସମୟରେ ସେମାନଙ୍କ ନିକଟରୁ ୧୯୮ କେଜି ଗଞ୍ଜେଇ, ୨୮୫୦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କରାଯାଇଛି ।

ସଦର ଥାନା ଅଧିକାରୀ ଇଶ୍ୱର ତାଣ୍ଡି ଏହି ସୂଚନା ଦେଇଛନ୍ତି । ଉଭୟ ପୂର୍ବରୁ କୋରାପୁଟ ଆସି ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.