Latest Odisha News

BREAKING NEWS

ଏଥର ବି ବାର୍କ ରିପୋର୍ଟରେ ଓଡ଼ିଆରେ ଏକ ନମ୍ବର ଓଟିଭି, ହିନ୍ଦୀ ଏବଂ ଇଂରାଜୀ ନ୍ୟୁଜ ଚାନେଲରେ କିଏ ଏକ ନମ୍ବର?

ଭୁବନେଶ୍ୱର: କେଉଁ ଟିଭି ଚ୍ୟାନେଲକୁ କେତେ ଲୋକ ଦେଖୁଛନ୍ତି, ଏହାକୁ ମାପୁଥିବା ସଂସ୍ଥା ବାର୍କ ତାର ସାପ୍ତାହିକ ରିପୋର୍ଟ ପ୍ରକାଶ କରିଛି । ଏଥିରେ ପୂର୍ବଭଳି ମଧ୍ୟ ଓଡ଼ିଆ ନ୍ୟୁଜ ଚ୍ୟାନେଲରେ ଓଟିଭି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ କନକ ନ୍ୟୁଜ ଦ୍ୱିତୀୟ ସ୍ଥାନରେ ରହିଛି ।

ଓଡ଼ିଆ ନ୍ୟୁଜ

ଓଟିଭି 62, କନକ ନ୍ୟୁଜ 25, କଳିଙ୍ଗ ଟିଭି 14, ନ୍ୟୁଜ 18 ଓଡିଆ 10, ନନ୍ଦିଘୋଷ 10, ନ୍ୟୁଜ 7 (8), ଡିଡି ଓଡିଆ 6 ଏବଂ ଅର୍ଗସ 4 ରହିଛି । ମୁଖ୍ୟତଃ ଅର୍ଗସ ବଜାରରେ ନିଜର ଦବଦାବ ଜାହିର କରିବା ପାଇଁ ସରକାର ବିରୋଧୀ ଖବରକୁ ଏଜେଣ୍ଡା କରିଛି । ଅନ୍ୟ କୌଣସି ଓଡିଆ ଚ୍ୟାନେଲରେ ଏପରି ଖବର ପ୍ରସାରଣ ହେଉନଥିଲେ ବି ଲୋକେ ଅର୍ଗସକୁ ଅନ୍ୟ ଚ୍ୟାନେଲ ଭଳି ଗ୍ରହଣ ନକରିବା ଚ୍ୟାନେଲ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଅନ୍ୟପଟେ ଓଟିଭିର ଟିଆରପି ଦ୍ୱିତୀୟ ଚ୍ୟାନେଲର ଟିଆରପି ମଧ୍ୟରେ ପ୍ରାୟତଃ 70ରୁ 80 ବ୍ୟବଧାନ ରହୁଥିବା ବେଳେ ଏବର ବ୍ୟବଧାନ 30 ଭିତରେ ରହିଛି । ଯାହାକୁ ନେଇ ଚ୍ୟାନେଲ କର୍ତ୍ତୃପକ୍ଷ ନୂଆ କିଛି କଣ୍ଟେଣ୍ଟ ଏବଂ କ୍ରିଏଟିଭି କଣ୍ଟେଣ୍ଟ ବଜାୟି ରଖିବାକୁ ଯୋଜନା କରୁଥିବା ସୂଚନା ରହିଛି । କାରଣ ବଜାରରେ ବିଜ୍ଞାପନ ରେଟ୍ ଏହି ବାର୍କ ରିପୋର୍ଟ ବା ଟିଆରପି ଆଧାରରେ ସ୍ଥିର ହୁଏ ।

ଓଡ଼ିଆ ମନୋରଞ୍ଜନ

ତରଙ୍ଗ 510, ଜୀ ସାର୍ଥକ 444, ଅଳଙ୍କାର 115, ସିଦ୍ଧାର୍ଥ ଟିଭି 73, କଲର୍ସ ଓଡିଆ 69, ତରଙ୍ଗ ମ୍ୟୁଜିକ୍ 39, ମଞ୍ଜରୀ ଟିଭି 18 ଏବଂ ପ୍ରାର୍ଥନା 51 ରହିଛି । ତେବେ ଓଡିଆ ଦର୍ଶକଙ୍କ ମନୋରଞ୍ଜନ ଆଉ କିଛି ନୂଆ ଖୋରାକ ଯୋଗାଇବା ପାଇଁ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଚ୍ୟାନେଲ ଷ୍ଟାର କିରଣ । ସେହିପରି ସମ୍ବାଦ ଗ୍ରୁପର ମଞ୍ଜରୀ ଟିଭି ଏବେ ବନ୍ଦ ହୋଇ ସାରିଛି।

ହିନ୍ଦୀ ନ୍ୟୁଜ ଚ୍ୟାନେଲ

ଦୀର୍ଘ ବର୍ଷ ଧରି ନମ୍ବର ଓ୍ୱାନ ବୋଲି ଦାବି କରି ଆସୁଥିବା ଆଜ୍ ତକର ସ୍ଥାନ ନେଇଛି ଟିଭି ନାଇନ୍ ଭାରତବର୍ଷ । 14.5 ସହ ଏହା ଏକ ନମ୍ବର ସ୍ଥାନରେ ରିହଛି । ସେହିପରି 12.3 ସହ ଦ୍ୱିତୀୟ ସ୍ଥାନରେ ରହିଛି ଇଣ୍ଡିଆ ଟିଭି । 11.8 ସହ ତୃତୀୟ ସ୍ଥାନକୁ ଖସିଛି ଆଜ୍ ତକ । 11.6 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ରିଲାଏନ୍ସ ଗ୍ରପୁର ନ୍ୟୁଜ 18 ଓଡ଼ିଆ । ସେହିପରି କିଛି ସପ୍ତାହ ହେବ ବାର୍କ ରିପୋର୍ଟରେ ନମ୍ବର ଓ୍ୱାନ ରହିଥିବା ଅର୍ଣ୍ଣବ ଗୋସ୍ୱାମୀଙ୍କ ହିନ୍ଦୀ ଚ୍ୟାନେଲ ରିପବ୍ଲିକ ଭାରତ 10.0 ସହ ପଞ୍ଚମ ସ୍ଥାନରେ ରହିଛି । 7.6 ସହ ଜି ନ୍ୟୁଜ ଷଷ୍ଠ ସ୍ଥାନରେ ରହିଥିବାବେଳେ 6.4 ସହ ଟାଇମ୍ସ ନାଓ ନବଭାରତ ସୁପ୍ତମ ସ୍ଥାନରେ ରହିଛି । 5.5 ସହ ଏବିପି ନ୍ୟୁଜ ଅଷ୍ଟମ ସ୍ଥାନରେ ଏବଂ 5.1 ସହ ନବମ ସ୍ଥାନରେ ଗୁଡ ନ୍ୟୁଜ ଟୁଡେ ଏବଂ ଦଶ ନମ୍ବରରେ 5.1 ସହ ନ୍ୟୁଜ ନେସନ ରହିଛି।

Leave A Reply

Your email address will not be published.