Latest Odisha News

ଲାଇନଚ୍ୟୁତ ହେଲା ସାଇନଗର ଏକ୍ସପ୍ରେସର ଦୁଇଟି ବଗି; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ: ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ସାଇନଗର ଶିରିଡି-ପୁରୀ ଏକ୍ସପ୍ରେସ । ପୁରୀ ଜିଲ୍ଲା ଡେଲାଙ୍ଗ ରେଳଷ୍ଟେସନ ନକଟରେ ରବିବାର ବିଳମ୍ବିତ ରାତିରେ ଶିରିଡିରୁ ପୁରୀ ଆସୁଥିବା ଏହି ଟ୍ରେନର ଦୁଇଟି ବଗି ଇଞ୍ଜିନରୁ ଅଲଗା ହୋଇ ଲାଇନଚ୍ୟୁତ ହୋଇ ଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଟ୍ରେନଟି ଟ୍ରାକ ପରିବର୍ତ୍ତନ କରୁଥିବା ସମୟରେ ‘ଏସ-୨’ ଓ ‘ଏସ-୫’ ବଗିଦ୍ୱୟ ଇଞ୍ଜିନ ଠାରୁ ଅଲଗା ହୋଇ କିଛି ମିଟର ଆଗକୁ ପଳାଇଥିଲା। ଏହାପରେ ଟ୍ରେନଟିକୁ ସେଠାରେ ଅଟକାଯାଇ ଏହାକୁ ମରାମତି କରିବା ପରେ ଏକଘଣ୍ଟା ପରେ ପୁନଶ୍ଚ ଏହା ପୁରୀ ଅଭିମୁଖେ ଯାତ୍ରା କରିଛି ।

Leave A Reply

Your email address will not be published.