Latest Odisha News

BREAKING NEWS

‘ନବରାତ୍ରୀ’ର ତୃତୀୟ ଦିନ, ଜାଣନ୍ତୁ କିପରି କରିବେ ମାଆଙ୍କ ଆରାଧନା

ଭୁବନେଶ୍ୱର: ମହାଳୟା ପରେ ଆରମ୍ଭ ହୋଇଯାଏ ମାଆଙ୍କ ନବରାତ୍ର ପୂଜା । ୯ ଦିନ ଧରି ମା ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଇଥାନ୍ତି । ଆଜି ହେଉଛି ନବରାତ୍ରୀର ତୃତୀୟ ଦିନ । ଏହି ନବଦିନ ମଧ୍ୟରେ ତୃତୀୟ ଦିନର ରହିଛି ବିଶେଷ ମାହାତ୍ମ୍ୟ । ଏହି ଦିନ ଯଥାବିଧି ମାଆଙ୍କ ପୂଜା ଆରାଧନା କଲେ ସିଦ୍ଧି ପ୍ରାପ୍ତି ହେଉଥିବାର ବିଶ୍ୱାସ ରହିଛି ।

ନବରାତ୍ରୀରେ ମାଙ୍କ ପୂଜା ଆରାଧନା କରିବା ଦ୍ୱାରା ରୋଗ ଶୋକ ଦୂର ହେବା ସହିତ ଆୟୁ ଏବଂ ଯଶ ବୃଦ୍ଧି ମଧ୍ୟ ହୋଇଥାଏ ।

ଜାଣନ୍ତୁ ନବରାତ୍ରର ତୃତୀୟ ଦିନରେ କିପରି କରିବେ ମାଆଙ୍କ ଆରାଧନା …..

ମାଙ୍କର ଦଶଟି ଭୁଜା ଥିବା ଯୋଗୁଁ ତାଙ୍କୁ ଦଶଭୁଜା ମଧ୍ୟ କୁହାଯାଏ । ଯେଉଁଥିରେ କମଣ୍ଡଳ, ଧନୁ, ତୀର, ପଦ୍ମ , ଚକ୍ର, ଗଦା, ଜପମାଳା ଏବଂ ଅମୃତ କଳସ ମଧ୍ୟ ରହିଛି । ମା କୁଷ୍ମାଣ୍ଡାଙ୍କ ବାହନ ବ୍ୟାଘ୍ର ଅଟେ ।

ନବରାତ୍ରୀର ତୃତିୟ ଦିନରେ ମାଙ୍କ ପାଖରେ ମାଲପୁଆ ଭୋଗ ଲଗାଯାଏ। ଆଜି ମାଲପୁଆ ଭୋଗ ଲଗାଇ ଯେକୌଣସି ଦୁର୍ଗା ମନ୍ଦିରରେ ବ୍ରାହ୍ମଣଙ୍କୁ ଏହି ପ୍ରସାଦ ଦିଆଯାଇଥାଏ | ଫଳରେ ମା’ଙ୍କ କୃପାରୁ ଭକ୍ତଙ୍କ ବୁଦ୍ଧିର ବିକାଶ ହୋଇଥାଏ |

ଆଜି ମାଆଙ୍କୁ ନାଲି ରଙ୍ଗର ବସ୍ତ୍ର, ନାଲି ଫୁଲ, ନାଲି ଚୁଡ଼ି ଆଦି ଅର୍ପଣ କରାଯାଇଥାଏ | ଦେବୀଙ୍କ ଏହି ରୂପ ସ୍ୱୟଂ ଅନ୍ନପୂର୍ଣ୍ଣାଙ୍କ ରୂପ ସଂଗେ ସମାନ | ପୂଜା ପରେ ମା’ଙ୍କ ଜପ କରିବାକୁ ପଡିଥାଏ |

“ଯା ଦେବୀ ସର୍ବ ଭୂତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା , ନମଃତସୈ ନମଃତସୈ ନମୋ ନମଃ”, ଏହି ମନ୍ତ୍ରକୁ ଧ୍ୟାନରେ ବସି ସାତ ଥର ଜପ କରିବାକୁ ପଡିଥାଏ ।

ଏହି ଦିନ ମାଆଙ୍କୁ ‘କୁଷ୍ମାଣ୍ଡା’ ନାମରେ ପୂଜା କରାଯାଇଥାଏ । ମାଆ ‘କୁଷ୍ମାଣ୍ଡା’ଙ୍କୁ ଶକ୍ତିର ତୃତୀୟ ଭାବେ ଗ୍ରହଣ କରାଯାଏ । ମା’ଙ୍କ ଶକ୍ତି ତେଜସ୍ୱି ସୂର୍ଯ୍ୟଙ୍କ ସହିତ ସମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମା’ କୁଷ୍ମାଣ୍ଡାଙ୍କ ସ୍ୱରୂପ ଆମକୁ କର୍ମଯୋଗୀ ଜୀବନ ଓ କ୍ଷାତି ଅର୍ଜନ ପାଇଁ ପ୍ରେରଣା ଯୋଗେଇଥାଏ । ମା’ଙ୍କ ମଧୁର ହସ ଆମକୁ କଠିନ ମାର୍ଗରେ ଚାଲି ସଫଳତା ହାସଲ କରିବା ଶିଖାଇଥାଏ ।

ପୌରାଣିକ କଥା ଅନୁସାରେ, ଯେତେବେଳେ ସୃଷ୍ଟିର କୌଣସି ଅସ୍ତିତ୍ବ ନଥିଲା ସେତେବେଳେ ମା’କୁଷ୍ମାଣ୍ଡା ହିଁ ବ୍ରହ୍ମାଣ୍ଡ ରଚନା କରିଥିଲେ ।

ମା’କୁଷ୍ମାଣ୍ଡାଙ୍କୁ ହିଁ ସୃଷ୍ଟିର ଆଦି ସ୍ୱରୂପା ଆଦି ଶକ୍ତି ବୋଲି ଗ୍ରହଣ କରାଯାଏ | ମା’ କୁଷ୍ମାଣ୍ଡା ସୂର୍ଯ୍ୟ ମଣ୍ଡଳ ଭିତରେ ବାସ କରନ୍ତି । ସୂର୍ଯ୍ୟ ମଣ୍ଡଳ ଭିତରେ ବାସ କରିବା କ୍ଷମତା କେବଳ ମା’ କୁଷ୍ମାଣ୍ଡାଙ୍କ ପାଖରେ ଅଛି ବୋଲି ବହୁ ପୁରାତନ କାଳରୁ ବିଶ୍ୱାସ କରାଯାଏ । ମା’ କୁଷ୍ମାଣ୍ଡାଙ୍କ ପୂଜାର୍ଚ୍ଚନା ଦ୍ୱାରା ଭକ୍ତଙ୍କ ମନର ସମସ୍ତ ରୋଗ ଶୋକ ଦୂର ହୋଇଯାଇଥାଏ ।

Leave A Reply

Your email address will not be published.