Latest Odisha News

BREAKING NEWS

ଯାଜପୁରରେ ଡବଲ ମର୍ଡର

ଯାଜପୁର : ଯାଜପୁରରେ ଡବଲ ମର୍ଡର । ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରୁ ଦୁଇ ଜଣଙ୍କ ମୃତ ହେହ କୁ ପୋଲିସ ଉଦ୍ଧାର କରିଛିା। ମୃକକ ଦୁଇ ଜଣ ଜହ୍ନା ଗାଁ ର ବିଜୟ ସାହୁ ଓ ମାନସ ରଞ୍ଜନ ଦାସ ବୋଲି ଜଣାପଡ଼ିଛି।ଉଭୟଙ୍କ ଦେହରେ କ୍ଷତ ସ୍ଥାନ ରହଛି। ପୋଲିସ ଉଭୟଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହା ଏକ ହତ୍ୟା କାଣ୍ଡ ବୋଲି ମାନସଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତିା ।ସେପେଟେ ପୋଲିସ ପ୍ରାଥମିକି ତଦନ୍ତ ନକରି ପରିବାର ଲୋକଙ୍କୁ ନଜଣାଇ କିପରି ଭାବେ ଘଟଣା ସ୍ଥଳରୁ ଶବ ଉଦ୍ଧାର କଲା ତାକୁ ନେଇ ପରିବାର ଲୋକେ ପ୍ରଶ୍ନ କରିଛନ୍ତି ।ହତ୍ୟା କାଣ୍ଡ ପଛରେ ପ୍ରେମ ଓ ଜୁଆଖେଳ ରହିଛି ଶୁଣିବାକୁ ମିଳୁଛି। ସେପଟେ ଏହି ଜଘଣ୍ୟ ହତ୍ୟାକାଣ୍ଡରେ ସାଇଣ୍ଟିଫିକ୍ ଟିମ୍ କୁ କାହିଁକି ତଦନ୍ତର ପରିସରଭୁକ୍ତ ପୋଲିସ କରୁନି ପରିବାର ଲୋକେ ଅସନ୍ତୋଷ ଜାହିର କରିଛନ୍ତି ।

Leave A Reply

Your email address will not be published.