Latest Odisha News

BREAKING NEWS

ଟ୍ରେନ୍ ଦୁର୍ଘଟଣାରେ ଯୁବକ ଆହତ

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନରେ ଅଘଟଣ। ଟ୍ରେନ ଦୁର୍ଘଟଣାରେ ହାତ କଟିଯିବା ଫଳରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି। ଯୁବକ ଜଣକ ଭଦ୍ରକ ୧୪ ନମ୍ବର ୱାର୍ଡର ନୀଳକଣ୍ଠପୁର ଗାଁ ର କାଳିଆ ସିଂ ଙ୍କ ପୁଅ ଜିତେନ୍ଦ୍ର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଭୋର ୪ ଟା ୧୫ ମିନିଟ୍ ରେ ଟ୍ରେନ୍ ନମ୍ବର ୦୨୬୪୪ ପଟନା ଇର୍ନାକୋମ୍ ଟ୍ରେନ୍ ଭଦ୍ରକ ଷ୍ଟେସନ ଅତିକ୍ରମ କରିବାବେଳେ ରେଳ ଧାରଣାରେ ଯୁବକ ଜଣକ ହାତ କଟିଯାଇ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।

ଭଦ୍ରକ ରେଳବାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ଯୁବକଙ୍କୁ ଉଦ୍ଧାର କରି ଆମ୍ବୁୁଲାନ୍ସ ଯୋଗେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରିଥିଲେ। ସେ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେ କେଉଁଭଳି ଭାବରେ ଦୁର୍ଘଟଣାର ଶିକାର ହେଲେ ଏପର୍ପ୍ୟନ୍ତ ଜଣାପଡ଼ିନାହିଁ। ସେ ରେଳଧାରଣାରେ ଅତିକ୍ରମ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥାଇପାରନ୍ତି ବୋଲି ରେଳବାଇ ପୋଲିସ ଅନୁମାନ କରୁଛି।

Leave A Reply

Your email address will not be published.