Latest Odisha News

ପ୍ରେମ ପାଇଁ ରାଜକୀୟ ସୁଖ ତ୍ୟାଗ କରିବେ ଜାପାନ ରାଜକୁମାରୀ ମାକୋ, ସାଧାରଣ ନାଗରିକ କୋମୁରାଙ୍କୁ କରିବେ ବିବାହ

ଟୋକିଓ: ଜାପାନ ରାଜକୁମାରୀ ମାକୋ ଶେଷରେ ପ୍ରେମ ପାଇଁ ରାଜକୀୟ ସୁଖ ଛାଡିବାକୁ ରାଜି ହୋଇଛନ୍ତି । ଜାପାନର ବର୍ତମାନ ରାଜା ନରୁହିତାଙ୍କ ଭାଇ ରାଜକୁମାର ଅକିଶିନୋଙ୍କ ଝିଅ ହେଲେ ମାକୋ । ରାଜବଂଶ ବାହାରେ ଜଣେ ସାଧାରଣ ନାଗରିକକୁ ବିବାହ କରିବା ପାଇଁ ତାଙ୍କୁ ୯.୧୦ କୋଟି ଟଙ୍କା ମିଳିଥିଲା, ମାତ୍ର ସେ ଏହାକୁ ନେବାକୁ ମନା କରି ଦେଇଛନ୍ତି । ।

୨୯ ବର୍ଷୀୟ ମାକୋ ଏବଂ କୋମୁରାଙ୍କ ପ୍ରେମ ସମ୍ପର୍କ ଜାପାନ ତଥା ବିଶ୍ୱରେ ବେଶ ଚର୍ଚ୍ଚିତ ଘଟଣା ପାଲଟିଛି । ଜାପାନ ରାଜବଂଶର ନିୟମ ଅନୁସାରେ ସାଧାରଣ ନାଗରିକଙ୍କୁ ବିବାହ କଲେ କ୍ଷତିପୂରଣ ଅର୍ଥ ସହ ସମସ୍ତ ସୁଖ ଏବଂ ରାଜପରିବାର ଛାଡିବାକୁ ପଡିବ । ତେବେ ମାକୋ-କୋମୁରାଙ୍କ ବିବାହର ତାରିଖ ଘୋଷଣା କରାଯାଇ ନାହିଁ । ବିବାହ ପରେ ଉଭୟ ଆମେରିକାରେ ରହିବେ ।

Leave A Reply

Your email address will not be published.