Latest Odisha News

BREAKING NEWS

ନରେନ୍ଦ୍ର ପୁଷ୍କରିଣୀରୁ ୨ମୃତଦେହ ଉଦ୍ଧାର;ତଦନ୍ତ ଜାରି

ପୁରୀ:ନରେନ୍ଦ୍ର ପୁଷ୍କରିଣୀରୁ ପୁଣି ଦୁଇ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ୨୦ ଦିନ ତଳେ ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଛି । ତେବେ ଏହି ଘଟଣାର ତଦନ୍ତ କୁମ୍ଭାରପଡ଼ା ପୋଲିସ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ସଦର ଖଡ଼ିପଦା ଅଞ୍ଚଳର ଜଗନ୍ନାଥ ପରିଡ଼ାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିସହ ଭୁବନେଶ୍ୱରର କେ. ଭେଙ୍କଟଶ ରାଓଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ତେବେ ନରେନ୍ଦ୍ର ପୁଷ୍କରିଣୀରେ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଛି। ନରେନ୍ଦ୍ର ପୁଷ୍କରିଣୀ ଠାରେ ଉଜ୍ଜଳ ଆଲୋକ ବ୍ୟବସ୍ଥା ନଥିବା ଯୋଗୁଁ ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.