Latest Odisha News

BREAKING NEWS

ମହିଳାମାନଙ୍କ ଠାରୁ ୧.୩୮ କୋଟି ଠକିଥିବା ମହିଳା ଧରାପଡିଲେ

ଗଜପତି: ଏକକୋଟି ୩୮ଲକ୍ଷ ଠକିଥିବା ମହିଳା ହେଲେ ବନ୍ଧା । ପ୍ରାୟ ଦେଢ ବର୍ଷ ଧରି ଫେରାର ଥିଲେ । ଅଭିଯୁକ୍ତ ଜଣକ ହେଲେ ଝିଲି ସାହୁ । ଏହି ଠକ ମହିଳାଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ଥାନା ପୋଲିସ । ବିଭିନ୍ନ ମହିଳାଙ୍କୁ ଅଧିକ ଲାଭ ଓ ଟଙ୍କା ଫେରସ୍ତର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଝିଲି ଫେରାର ହୋଇଥିଲେ ।

ପ୍ରାୟ ୨୫ଜଣ ମହିଳାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ସାକ୍ଷୀଙ୍କ ବୟାନ ରେକର୍ଡ ଏବଂ ସେମାନଙ୍କ ବ୍ୟାଙ୍କ କାରବାର ତଥ୍ୟ ସଂଗ୍ରହ କରିଥିଲା ପୋଲିସ । ଅଭିଯୁକ୍ତ ଝିଲି ଓ ତାଙ୍କ ମାଆଙ୍କ ନାମରେ ଥିବା କିଛି ଅସ୍ଥାବର ସମ୍ପତ୍ତିର ତଥ୍ୟ ମଧ୍ୟ ଠାବ କରିଛି ପୋଲିସ ।

ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ।

ପୋଲିସର ସୂଚନାନୁସାରେ, ବ୍ୟାଙ୍କ ଖାତା ଯାଞ୍ଚ ପରେ ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଖାତାରେ ବିପୁଳ ପରିମାଣର ଅର୍ଥ କାରବାର ହୋଇଥିବା ଏବଂ ପୀଡ଼ିତଙ୍କଠାରୁ ଆସିଥିବା ଅର୍ଥ ବିଭିନ୍ନ ଖାତାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.