Latest Odisha News

BREAKING NEWS

ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଠାବ ହୋଇଛି। ବେଗୁନିଆ ଥାନା ଅଠରାଙ୍ଗ ଗାଁ ପୋଲ ନିକଟରେ ପଡ଼ି ରହିଛି ମୃତଦେହ। ୨ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ତେବେ ଗତ ୧୧ ଦିନ ହେବ ଉଭୟ ନିଖୋଜ ଥିଲେ। ମୃତକ ଯୁବକଙ୍କ ଘର ଅଠରାଙ୍ଗ ପଞ୍ଚାୟତ ବୋତଳମା ଗାଁରେ ଥିବା ବେଳେ ଯୁବତୀଙ୍କ ଘର ହୀରାପୁର ପଞ୍ଚାୟତ ଲାଠିପଡା ଗାଁରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ପୋଲ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଘଟଣାରେ ଉଭୟଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଯୁବତୀଙ୍କ ନିଖୋଜ ସମ୍ପର୍କରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ଅବସ୍ଥାରେ ମୃତଦେହ ମିଳିଥିଲା। ଯୁବକ ଓ ଯୁବତୀଙ୍କୁ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଉଭୟଙ୍କୁ କିଏ ଏବଂ କେଉଁ କାରଣ ପାଇଁ ହତ୍ୟା କରାଯାଇଛି, ତା ପଛର କାରଣ କଣ ହୋଇପାରେ ସେନେଇ ପୋଲିସ ତଦନ୍ତ କରୁଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.