Latest Odisha News

BREAKING NEWS

ଅଷ୍ଟପ୍ରହରୀ ନାମ ଯଜ୍ଞ ପ୍ରସ୍ତୁତି ପାଇଁ ଯାଇଥିଲେ, ବାଟରେ ଚାଲିଗଲା ୨ ଜୀବନ

କାମାକ୍ଷାନଗର: ମୃତ୍ୟୁ କେତେବେଳେ, କେଉଁଠି ଓ କେମିତି ଆସିବ କେହି ଜାଣି ନଥାନ୍ତି । ଏଇ ଯେମିତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁର ୬ ଜଣ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ଆଣିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଫେରିବା ବାଟରେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯିବ ।

ଗାଁରେ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଇଁ ପାଇଁ ୬ ଜଣ ଏକ ଟାକ୍ଟର ଯୋଗେ ଗ୍ରାମ୍ୟ ଜଙ୍ଗଲକୁ ଝାଟି ଆଣିବାକୁ ଯାଇଥିଲେ । ଫେରିବା ବାଟରେ ୫୩ ନମ୍ବର ଜାତୀୟ ରାଜପଥର ଜମୁନାକୋଟ ଛକ ପଣ୍ଡା ପୋଖରି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଗୁରୁତର ଆହତ ଅବସ୍ଥାରେ ୬ ଜଣଙ୍କୁ ମେଡିକାଲ୍ ନିଆଯାଇଥିଲା ।

ମଠକରୋଗଳା ମେଡିକାଲରେ ପ୍ରଫୁଲ୍ଲା ସାମାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନ ମେଡିକାଲରେ ଆଖି ବୁଜିଛନ୍ତି ହରିହର ସାମଲ । ୨ ଜଣଙ୍କ ଦେହାନ୍ତରେ ସୁରପ୍ରତାପପୁର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଦୁର୍ଘଟଣାରେ ଗୁରୁତର ୨ ନାବାଳକଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଗୁରୁତର ଆହତ ମାନେ ହେଲେ ଉମାଶଙ୍କର ରାଉତ (୧୪), ସତ୍ୟଜିତ ପୁହାଣ (୧୫), ଜଳଧର ସ୍ୱାଇଁ (୬୫) ଓ ଅଜୟ ମହାନ୍ତି (୪୮) । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟିକୁ ସୁରପ୍ରତାପପୁର ଫାଣ୍ଡି ପୋଲିସ ଜବତ କରିଥିବା  ବେଳେ ଡ୍ରାଇଭରକୁ ଭୁବନ ପୋଲିସ ଅଟକ ରଖି ତଦନ୍ତ କରୁଛି ।

Leave A Reply

Your email address will not be published.