Latest Odisha News

BREAKING NEWS

ପୁଅର ବ୍ରତଘର ପାଇଁ ଆସିଥିଲେ, ହୋଟେଲରେ ନିଆଁ ଲାଗିବାରୁ ୩ ଲକ୍ଷ ଟଙ୍କା ପୋଡ଼ିଗଲା

ପୁରୀ: ପୁଅର ବ୍ରତଘର ପାଇଁ ବ୍ରହ୍ମପୁରରୁ ଆସି ପୁରୀରେ ପରିବାର ଲୋକଙ୍କ ସହ ହୋଟେଲରେ ରହିଥିଲେ। ଏଥିପାଇଁ ରାତିରେ ସମ୍ରାଟ ହୋଟେଲର ଏକ ରୁମ୍ ବୁକ କରିଥିଲେ। କିନ୍ତୁ ହୋଟେଲରେ ହଠାତ ନିଆଁ ଲାଗିଯିବାରୁ ନଷ୍ଟ ହୋଇଯାଇଛି ଧନ ସମ୍ପତି। ଯଦିଓ ଅଗ୍ନିକାଣ୍ଡକୁ ୧୨ ଘଣ୍ଟାକୁ ଅଧିକ ସମୟ ବିତିଛି। ହେଲେ ବିଭିନ୍ନ କାରଣରୁ ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନି।

ପୁଅର ବ୍ରତ ଘର କରିବାକୁ ଆସିଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି, ନିଆଁ ସଂଧ୍ଯା ୭ଟା ସମୟରେ ଲାଗିଥିଲା। ଏହି ସମୟରେ ତାଙ୍କ ପୁଅ (ଯାହାର ବ୍ରତ ଘର ହେବ) ସେ ଶୋଇପଡ଼ିଥିଲା। ହୋଟେଲରେ ଅନ୍ୟ କଠୋରୀରେ ମଧ୍ୟ ନାସିକରୁ ଆସିଥିବା ଲୋକ ମଧ୍ୟ ଥିଲେ। କିନ୍ତୁ ନିଆଁ ଲାଗିବା ଦେଖି ପୁଅକୁ ଏବଂ ଅନ୍ୟମାନଙ୍କୁ ଧରି ତଳକୁ ପ୍ରାଣ ବିକଳରେ ତଳକୁ ପଳାଇ ଆସିଥିଲେ। ହେଲେ ଯେଉଁ ରୁମ ଭିତରେ ରହିଥିଲେ ବ୍ରତ ଘର ପାଇଁ ଆଣିଥିବା ସମସ୍ତ ଜିନିଷ ଏବଂ ଟଙ୍କା, ସୁନା ଗହଣାକୁ ସାଙ୍ଗରେ ଆଣିପାରିନଥିଲେ। ସେ ସାଙ୍ଗରେ ଆଣିଥିବା ୩ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ସବୁ ପୋଡିଯାଇଛି।

ତେବେ ମିଳିଥିବା ସୂଚନା ଅନୁସାରା ସୁନା ଅଳଙ୍କାର ଉଦ୍ଧାର ହୋଇଛି। ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର  ହୋଇଛି।

ତେବେ ସଂଧ୍ୟାରେ ବ୍ରତଘର ହେବ ବୋଲି ସେ କହିଛନ୍ତି। ଏଡିଏମଙ୍କ ସହ ଏ ନେଇ କଥା ହୋଇଛନ୍ତି। ଏଡିଏମ ସକାଳେ ଜଳଖିଆ ପଠାଇଛନ୍ତି ବୋଲି କହିଛନ୍ତି। ରାତିରେ ବାହାରେ ଥିଲେ।

Leave A Reply

Your email address will not be published.