Latest Odisha News

BREAKING NEWS

ବୃନ୍ଦାବନରେ ଅଘଟଣ, ପ୍ରବଳ ଭିଡ଼ ଯୋଗୁ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମଥୁରା: ବୃନ୍ଦାବନର ପ୍ରସିଦ୍ଧ କୃଷ୍ଣ ମନ୍ଦିର ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ । ଦର୍ଶନ କରିବାକୁ ଯାଇଥିବା ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ମହିଳାମାନେ ବାଙ୍କେ ବିହାରୀଙ୍କ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିଲେ । ପ୍ରବଳ ଭିଡ଼ ହେବାରୁ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ମହିଳା ଦ୍ୱୟ ହେଉଛନ୍ତି ଜବଲପୁରର ମଞ୍ଜୁ ମିଶ୍ର ଓ ସୀତାପୁରର ବୀଣା ଗୁପ୍ତା ।

ମଞ୍ଜୁ ମିଶ୍ରଙ୍କୁ ୬୦ ବର୍ଷ ବୟସ ହୋଇଥିଲା, ଯିଏ କି ତାଙ୍କ ପୁଅ ସହିତ ବୃନ୍ଦାବନକୁ ଆସିଥିଲେ । ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିଲେ । ଏହାପରେ ଜୟପୁରିଆ ଗେଷ୍ଟ ହାଉସ ସମ୍ମୁଖରେ ହଠାତ୍ ଭିଡ଼ ବଢିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହି ସମୟରେ ମନ୍ଦିରର ଏକ ମାସ୍କ ଲାଇଟ୍ ପଡ଼ିଥିଲା, ଯାହା ମହିଳାଙ୍କ ମୁଣ୍ଡରେ ବାଜିଥିଲା । ଏଥିରେ ଗୁରୁତର ଆହତ ହେବା ପରେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ବୀଣା ଗୁପ୍ତା ତାଙ୍କ ପରିବାର ସହ ବାଙ୍କେ ବିହାରୀଙ୍କୁ ଭେଟିବାକୁ ଆସିଥିଲେ । ଅତ୍ୟଧିକ ଗହଳି ଯୋଗୁଁ ମହିଳା ଜଣକ ତଳେ ପଡ଼ି ଯାଇ ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.