ସୁବର୍ଣ୍ଣପୁର : ପାଣିସିଆଲି ଛକ ନିକଟରେ ବଡ଼ ଅଘଟଣ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ବାଇକ୍ l ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତକ ଦୁଇଜଣ ହେଲେ ବାବୁପାଲି ଗାଁର ସରୋଜ ଭୋଇ ଏବଂ ଅଏଁଲାପାଲି ଗାଁର ଟୁନା ଷାଣ୍ଡ । ଉଭୟ ସ୍ଥାନୀୟ ଏକ ଗୋଦାମରେ ଶ୍ରମିକ ଭାବରେ କାମ କରନ୍ତି l ଟୁନା ଷାଣ୍ଢ ଓ ସରୋଜ ଭୋଇ ଦୁଇ ଜଣ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ପାଣିସିଆଲି ଗାଁ ଛକ ନିକଟରେ ରାସ୍ତାରେ ଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା l ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ତାଙ୍କୁ ସୋନପୁର ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲା l ଏନେଇ ସେମାନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l
BREAKING NEWS
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
Comments are closed.