Latest Odisha News

BREAKING NEWS

ଦୁର୍ଘଟଣାରେ ୧୫ ପ୍ରବାସୀ ଶ୍ରମିକ ମୃତ, ଦୀପାବଳି ମନାଇବାକୁ ଘରକୁ ଫେରୁଥିଲେ

ଭୋପାଳ: ଦୀପାବଳି ପାଳିବାକୁ ଉତ୍ସାହର ସହ ଘରକୁ ବାହାରିଥିଲେ । କାହା ହାତରେ ମିଠା ପ୍ୟାକେଟ୍ ତ ଆଉ କାହା ବ୍ୟାଗରେ ନୂଆ ପୋଷାକ । ଆଲୋକର ପର୍ବ ଦୀପାବଳି ପାଳିବା ଲାଗି ପାଖାପାଖି ଶହେ ଶ୍ରମିକ ମଧ୍ୟପ୍ରଦେଶର ରେୱାରୁ ଉତ୍ତରପ୍ରଦେଶ ଅଭିମୁଖେ ବସ୍ ଯୋଗେ ବାହାରିଥିଲେ । ହେଲେ ଆଲୋକର ପର୍ବ ପାଳିବା ଆଗରୁ ସେମାନଙ୍କ ଜୀବନର ଘୋଟି ଯାଇଛି ଘନ ଅନ୍ଧାର ।

ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ରେୱା ନିକଟରେ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍ ସହ ଟ୍ରକ୍ ଧକ୍କା ହୋଇଥିଲା । ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇିଛି ।

ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଟ୍ରକ ଆଉ ଟ୍ରକ୍ ସହ ଧକ୍କା ହେବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା । ଆଉ ସେହି ସମୟରେ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ରାଶି ସହ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.