Latest Odisha News

BREAKING NEWS

ଡ୍ରୋନ୍ ଯୋଗେ ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ସନ୍ଦେହ

ଶ୍ରୀନଗର: ଜମ୍ମୁ ଏୟାରପୋର୍ଟ ପରିସରରେ ଥିବା ଏୟାରଫୋର୍ସ ଷ୍ଟେସନରେ ବିସ୍ଫୋରଣ ଘଟଣାକୁ ନେଇ ତନାଘନା ଚାଲିଛି । ହାଇ ସିକ୍ୟୁରିଟି ଜୋନରେ କେମିତି ଦୁଇ ଦୁଇଟି ବିସ୍ଫୋରଣ ହେଲା । ସାମନାକୁ ଆସିଛି ସାଂଘାତିକ ତଥ୍ୟ । ଡ୍ରୋନ୍ ଯୋଗେ ଏହି ବିସ୍ଫୋରକ ସାମଗ୍ରୀ ପକାଯାଇଥିବା ସନ୍ଦେହ କରାଯାଉଛି । ଏଥିରେ ବିଲଡିଂର ଛାତ କ୍ଷତିଗ୍ରସ୍ତ ହୋଇଛି ।

ପ୍ରଥମ ବିସ୍ଫୋରଣ ଗତକାଲି ରାତି ୧ଟା ୩୭ ମିନିଟ୍ ଓ ଦ୍ୱିତୀୟ ବିସ୍ଫୋରଣ ଠିକା ୫ ମିନିଟ୍ ପରେ ରାତି ୧ଟା ୪୨ ମିନିଟରେ ହୋଇଥିଲା । ବେଶୀ କିଛି କ୍ଷୟକ୍ଷତି ହୋଇ ନଥିଲେ ବି ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିଛି । ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଡ୍ରୋନରୁ ଆଇଡି ପକାଇଥିବା ସନ୍ଦେହ କରାଯାଉଛି । ଗୋଟିଏ ବିସ୍ଫୋରଣ ବିଲଡିଂ ଉପରେ ଓ ଅନ୍ୟଟି ବାହାରେ ହୋଇଥିଲା ।

ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିକ୍ ଦିଗ ବି ସାମନାକୁ ଆସୁଛି । ଏନଆଇଏ ଓ ଏନଏସଜି ଟିମ୍ ଘଟଣାସ୍ଥଳକୁ ଆସୁଛନ୍ତି । କୁହାଯାଉଛି ଟାର୍ଗେଟରେ ଥିଲା ଏୟାରବେସରେ ଥିଲା ଏୟାରକ୍ରାଫ୍ଟ । ତେବେ କୌଣସି ଜିନିଷ କିମ୍ବା ଏୟାରକ୍ରାଫ୍ଟର କୌଣସି କ୍ଷତି ହୋଇ ନାହିଁ ।

ବାୟୁସେନାର ଏକ ଉଚ୍ଚସ୍ତରୀୟ ଟିମ୍ ବି ଜମ୍ମୁ କଶ୍ମୀର ଆସିପାରେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ବାୟୁସେନା ଭାଇସ ଏୟାର ଚିଫ୍ ଏୟାର ମାର୍ଶଲ ଏଚ୍. ଏସ୍. ଆରୋରାଙ୍କ ସହ କଥା ହୋଇଛନ୍ତି । ଘଟଣାସ୍ଥଳକୁ ଯାଇଛନ୍ତି ଭାଇସ ଏୟାର ଚିଫ୍ ଏୟାର ମାର୍ଶଲ ଏଚ୍. ଏସ୍. ଆରୋରା ।

Leave A Reply

Your email address will not be published.