Latest Odisha News

BREAKING NEWS

ନୂଆ ୧୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ଦୁଇ ଶିଶୁ, ସମସ୍ତଙ୍କର କୋଲକାତା ଲିଙ୍କ୍

ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଶିଶୁ ଅଛନ୍ତି । ଉଭୟଙ୍କ ବୟସ ତିନି ବର୍ଷ ବୋଲି ଜଣାପଡିଛି ।ଏମାନେ ସମସ୍ତେ କଟିକଟା କଣ୍ଟେନମେଣ୍ଟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତଙ୍କର କୋଲକାତା ଲିଙ୍କ୍ ଥିବା ପ୍ରାଥମିକ ପର୍ଯ୍ୟାୟରେ ଜଣାପଡିଛି ।

କରୋନା ପଜିଟିଭ୍‌ଙ୍କ ମଧ୍ୟରେ ତିନି ଶିଶୁଙ୍କ ବ୍ୟତୀତ ଛଅ ଜଣ ପୁରୁଷ ଓ ପାଞ୍ଚ ଜଣ ମହିଳା ଅଛନ୍ତି । ପୁରୁଷମାନଙ୍କ ମଧ୍ୟରେ ୨୯ ବର୍ଷର ଦୁଇ ଜଣ ଥିବା ବେଳେ ଅନ୍ୟମାନଙ୍କ ବୟସ ୬୨ ବର୍ଷ, ୩୮ବର୍ଷ, ୩୫ ବର୍ଷ, ୩୪ ବର୍ଷ, ୧୨ବର୍ଷର ବୋଲି ଜଣାପଡିଛି । ସେହିପରି ମହିଳାମାନଙ୍କ ମଧ୍ୟରେ ୬୨ ବର୍ଷ, ୫୨ ବର୍ଷ, ୪୦ ବର୍ଷ, ୩୬ ବର୍ଷ ଓ ୨୦ ବର୍ଷର ମହିଳା ଅଛନ୍ତି ।

ନୂଆ କରୋନା ପଜିଟିଭ୍ ରୋଗୀଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୪୨ ଛୁଇଁଛି ।

Leave A Reply

Your email address will not be published.