Latest Odisha News

BREAKING NEWS

ହୋଲିରେ ଅଘଟଣ : ଖର୍ଲା ନଦୀରେ ବୁଡିଗଲେ ୨ଜଣ ଶ୍ରମିକ ,ଜଣଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ହୋଲିରେ ବଡ ଧରଣର ଅଘଟଣ । କୁଚିଣ୍ଡା ଖର୍ଲା ନଦୀରେ ଗାଧୋଇଲା ବେଳେ ବୁଡି ଗଲେ ଦୁଇ ଜଣ ସାଙ୍ଗ । ହୋଲି ଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ ।ହେଲେ ହଠାତ୍ ଗୋଡ ଖସିଯିବାରୁ ଦୁଇଜଣ ବୁଡି ଯାଇଛନ୍ତି ।  ପରେ ଘଟଣା ସ୍ଥଳରୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ଅନ୍ୟ ଜଣେ ଏବେ ନିଖୋଜ ଅଛନ୍ତି ।ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବୁଡି ଯାଇଥିବା ଦୁଇ ଜଣ ପଶ୍ଚିମ ବଙ୍ଗର ବୋଲି ଜଣାପଡିଛି ।।ସେମାନେ କୁଚିଣ୍ଡାରେ ରହି ଶ୍ରମିକ ଭାବେ କାମ କରୁଥିଲେ ।

Leave A Reply

Your email address will not be published.