Latest Odisha News

BREAKING NEWS

ଭୟ ବଢାଉଛି ସ୍କ୍ରବ୍ ଟାଇଫସ: ସୁନ୍ଦରଗଡ଼ରୁ ପୁଣି ୨୦ ପଜିଟିଭ୍ ଚିହ୍ନଟ

ସୁନ୍ଦରଗଡ: ଅଟକିବାର ନାଁ ଧରୁନି ରାଜ୍ୟରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ । ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲା ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତଙ୍କର ହଟସ୍ପଟ ପାଲଟିଛି । ସବୁଦିନ ଚିହ୍ନଟ ହେଇଛନ୍ତି ଆକ୍ରାନ୍ତ । ଗତକାଲି ପରୀକ୍ଷା କରାଯାଇଥିବା ମୋଟ ୭୪ଟି ରକ୍ତ ନମୁନା  ମଧ୍ୟରୁ ୨୦ ଜଣ  ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ  ସଂଖ୍ୟା ୨୯୨ରେ ପହଞ୍ଚିଛି ।

୩୦୦ ମୁହାଁ ହେଲାଣି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌  ଆକ୍ରାନ୍ତଙ୍କ ସଂଖ୍ୟା  । ଜଣ ଙ୍କ ର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ICU ରେ ଚିକିତ୍ସାଧୀନ । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ ଏବେ ଚିନ୍ତାର  କାରଣ ପାଲଟିଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ  ସଚେତନ କରାଯାଉଛି, ହେଲେ ଦିନକୁ ଦିନ  ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ଜାନୁଆରୀ ମାସରୁ ସ୍କ୍ରବ୍‌ ଟାଇଫସ ଜିଲ୍ଲାରେ  ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ମାସରୁ ଏହି  ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।

 

 

Leave A Reply

Your email address will not be published.