Latest Odisha News

BREAKING NEWS

୩ ଦିନ ପରେ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ

ବଲାଙ୍ଗୀର: ମିଳିଲା ବଡ ଭଉଣୀର ମୃତଦେହ । ଗତ ୧୫ ତାରିଖରେ ବଲାଙ୍ଗୀର ତେଲ ନଦୀକୁ ଡେଇଁ ପଡିଥିବା ଦୁଇ ଭଉଣୀଙ୍କ ଆଜି ମୃତଦେହ ଠାବ ହୋଇଛି । ଦୀର୍ଘ ୭୨ ଘଂଟା ପରେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସୋନପୁର ଜିଲ୍ଲାର ବଡକେନ୍ଦା ନଦୀ କୂଳରୁ ସାନ ଭଉଣୀଙ୍କ ମୃତ ଦେହ ମିଳିଥିବା ବେଳେ ବଡ ଭଉଣୀର ମୃତ ଦେହ ବୌଦ୍ଧର ଜହ୍ନାପଙ୍କ ମହାନୀ ପଠାରୁ ଠାବ ହୋଇଛି ।

ଗତ ୧୫ ତାରିଖରେ ପୂବାହ୍ନ ବେଳେ  ତୁଷୁରା-ଗୁଡ଼ଭେଲା ବ୍ଲକ ରାସ୍ତାରେ ଥିବା ତେଲନଦୀ ବ୍ରିଜ୍ ଉପରୁ ପାଣିକୁ ଡ଼େଇଁ ପଡ଼ିଥିଲେ ଦୁଇଜଣ ଯୁବତୀ । ଏନେଇ ସ୍ଥାନୀୟ ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଦୁଇ ଜଣ ଯୁବତୀ ପାଣିକୁ ଡ଼େଇଁବା ପରେ କିଛି ସମୟ ପାଇଁ ପାଣିରେ ଭାସିଥିଲେ । ଏହାପରେ ସେମାନେ ପାଣି ସ୍ରୋତରେ ନିଖୋଜ ହୋଇଯାଇଥିଲେ । ବ୍ରିଜ୍ ଉପରେ ଯୁବତୀଙ୍କ ସ୍କୁଟି ଓ ଚପଲ ପଡ଼ିରହିଥିଲା । ଏନେଇ ପ୍ରତେକ୍ଷଦର୍ଶୀ ତୁଷୁରା ପୋଲିସକୁ ସୁଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ୨ଭଉଣୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ।

Leave A Reply

Your email address will not be published.