ଜୋ ବିଡେନ୍ ଏବଂ କମଲା ହାରିସ୍ଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆସନ୍ତା ସପ୍ତାହରେ ପେନସିଲଭାନିଆରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ପାଇଁ ପ୍ରଚାର କରିବେ। ବିଡେନଙ୍କ ପ୍ରଚାର ଅଭିଯାନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ‘ଓବାମା ଜଣେ ପ୍ରଭାବଶାଳୀ ପ୍ରଚାରକ ନୁହଁନ୍ତି ଏବଂ ଏହା ଏକ ଖୁସି ଖବର କାରଣ ୨୦୧୬ ରେ ସେ ଏଭଳି ଏକ ଅବାଞ୍ଛିତ କାର୍ଯ୍ୟ କରିଥିଲେ ଯାହା ଫଳରେ ମୁଁ “ଆପଣଙ୍କ ରାଷ୍ଟ୍ରପତି” ହୋଇପାରିଛି’।
ଓବାମାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଡେନ ଉପରାଷ୍ଟ୍ରପତି ଥିଲେ। ପୂର୍ବରୁ ଓବାମା ବିଡେନ ଏବଂ କମଲା ହାରିସଙ୍କ ପାଇଁ ଅନ୍ଲାଇନରେ ପ୍ରଚାର କରିଛନ୍ତି। ତେବେ ପ୍ରଥମ ଥର ପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ସର୍ବସାଧାରଣରେ ଯାଇ ତାଙ୍କ ପାଇଁ ପ୍ରଚାର କରିବେ।
ସୂଚନାନୁସାରେ ଆସନ୍ତା ଅକ୍ଟୋବର ୨୧ଅର୍ଥାତ୍ ବୁଧବାର ଦିନ ପୂର୍ବତନ ରାଷ୍ଟ୍ରପତି ଓବାମା ଜୋ ବିଡେନ ଏବଂ କମଲା ହାରିସଙ୍କ ପ୍ରଚାର ପାଇଁ ଫିଲାଡେଲଫିଆ ଏବଂ ପେନସିଲଭାନିଆ ଯିବେ।
Comments are closed.