Latest Odisha News

BREAKING NEWS

ଦେଶରେ ପୁଣି ଡରାଇଲାଣି ମହାମାରୀ : ମହାରାଷ୍ଟ୍ରରେ ୨ଟି ନୂଆ ପ୍ରକାରର କରୋନା ଭୁତାଣୁ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ । ଏଭଳି ସ୍ଥିତିରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । କାରଣ ମହାରାଷ୍ଟ୍ରରେ ଦୁଇଟି ନୂଆ ପ୍ରକାରର କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି । ଏହି ଦୁଇ ପ୍ରକାରର କରୋନା ଭୁତାଣୁ ହେଉଛି ଏନ-୪୪୦କେ ଓ ଇ୪୮୪ କେ । କେବଳ ମହାରାଷ୍ଟ୍ର ନୁହେଁ, ତେଲେଙ୍ଗାନା ଓ କେରଳରେ ବି ଏହି ଦୁଇ ପ୍ରକାରର କରୋନା ଭୁତାଣୁ ରହିଛି ବୋଲି ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଭି.କେ. ପଲ କହିଛନ୍ତି ।

ଏହି ଦୁଇଟି ଷ୍ଟ୍ରେନ ଦ୍ବାରା ଯେ ମହାରାଷ୍ଟ୍ରର କେତେକ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି, ତାହା କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧୮୭ ଜଣ ବ୍ୟକ୍ତି ୟୁକେ ଷ୍ଟ୍ରେନ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ, ୬ ଜଣ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଓ ଜଣେ ବ୍ରାଜିଲ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

ଦେଶରେ ଏବେ ମହାରାଷ୍ଟ୍ର ଓ କେରଳରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଏହି ଦୁଇଟି ରାଜ୍ୟରେ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ୭୫ ପ୍ରତିଶତ ଅଛନ୍ତି । ଏହାଛଡ଼ା ମଧ୍ୟପ୍ରଦେଶ, ପଞ୍ଜାବ ଓ ଛତିଶଗଡ଼ରେ ସଂକ୍ରମଣ ବଢିଚାଲିଛି ।

Leave A Reply

Your email address will not be published.