Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ: ଉମେଶ, ହାର୍ଦ୍ଦିକଙ୍କ ପକ୍ଷରୁ କାହାକୁ ଖେଳାଯିବ ସେ ନେଇ ଦ୍ୱନ୍ଦ୍ୱରେ ଟିମ୍ ଇଣ୍ଡିଆ

ମୋଟେରା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ବୁଧବାର ମୋଟେରାର ଭବ୍ୟ ଷ୍ଟାଡିୟମରେ ଖେଳାଯିବ । ଏହି ଦିବାରାତ୍ର ମୁକାବିଲାରେ ଉମେଶ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶରେ କାହାକୁ ସାମିଲ କରାଯିବ ସେ ନେଇ ଟିମ୍ ଇଣ୍ଡିଆ ମ୍ୟାନେଜମେଂଟ ଦ୍ୱନ୍ଦ୍ୱରେ ପଡିଛନ୍ତି । ପାଣ୍ଡ୍ୟାଙ୍କ ଉପସ୍ଥିତି ଦଳର ବ୍ୟାଟିଂ ଲାଇନକୁ ଶକ୍ତିଶାଳୀ କରୁଥିବା ବେଳେ ଉମେଶ ବୋଲିଂ ବିଭାଗକୁ ମଜଭୁତ କରିବେ । ପ୍ରଥମ ୨ଟି ଟେଷ୍ଟରେ ପାଣ୍ଡ୍ୟା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ । ପିଙ୍କ ବଲ ଟେଷ୍ଟରେ ତାଙ୍କୁ ଖେଳାଇବା ନେଇ ମ୍ୟାନେଜମେଂଟ ଚିନ୍ତା କରୁଛି । ଦ୍ୱିତୀୟ ଟେଷ୍ଟରେ ୩ଜଣ ସ୍ପିନର ଖେଳିଥିଲେ । ଏଥର କିନ୍ତୁ ଜଣେ ବାଦ୍ ପଡିବା ଏକପ୍ରକାର ନିଶ୍ଚିତ ହାଇଛି । କୁଲଦୀପ ଯାଦବ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନ ପାରେୀ । ଯଶପ୍ରୀତ ବୁମରାହ ଖେଳିବା ସ୍ଥିର ହୋଇଥିବାରୁ ମହମ୍ମଦ ସିରାଜ ଚୂଡାନ୍ତ ଦଳର ଅଂଶବିଶେଷ ହୋଇ ନ ପାରନ୍ତି । ମ୍ୟାଚ ପୂର୍ବରୁ ଟିମ୍ ମ୍ୟାନେଜମେଂଟ ଓ ଅଧିନାୟକ ବିରାଟ କୋହଲି କେଉଁ ନିଷ୍ପତି ନେବେ ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

ସମ୍ଭାବ୍ୟ ଭାରତୀୟ ଏକାଦଶ:ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ୱିନୀ, ଅକ୍ଷର ପଟେଲ, ଈଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରାହ ।

Leave A Reply

Your email address will not be published.