Latest Odisha News

BREAKING NEWS

ବନ ବିଭାଗ କର୍ମଚାରୀଙ୍କୁ ଗୁଳିମାଡ଼; ୨ ଗୁରୁତର

ବୌଦ୍ଧ : ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼ । ଗୁଳିମାଡ଼ରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ବଘିଆପଡ଼ା ଖଲିଆପାଲିରେ ଏହି ଗୁଳିକାଣ୍ଡ ଘଟିଛି । ଅଳ୍ପକେ ବର୍ତ୍ତିଲେ ସହକାରୀ ବନ ସଂରକ୍ଷକଙ୍କ ସମେତ ୫ ଜଣ ବନ କର୍ମଚାରୀ । ଆହତ ୨ ଜଣ ବନ କର୍ମଚାରୀ ହେଲେ ଜଣେ ନୀଳାଚଳ ପ୍ରଧାନ ଓ ନବ କୁମାର ସାହୁ । ବନ କର୍ମଚାରୀ ନୀଳାଚଳ ପ୍ରଧାନଙ୍କ କାନ୍ଧରେ ୨ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାର ସାହୁଙ୍କ ପିଠିରେ ଗୁଳି ବାଜିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ବୌଦ୍ଧର ରେଞ୍ଚ ବଘିଆପଡ଼ା ଖଲିଆପାଲି ଛକ ନିକଟରେ ୨ଟି ବାଇକରେ କିଛି ଦୁର୍ବୃତ୍ତ ଗୁଳିଚାଲାଣା କରି ଘଟଣା ସ୍ଥଳରୁ ଫେରାର ମାରିଥିଲେ । ତେବେ କିଏ ଓ କାହିଁକି ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି । ଏନେଇ ୨ ବନବିଭାଗ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 

 

Leave A Reply

Your email address will not be published.