ମୁମ୍ବାଇ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣ ପ୍ରାଣ ହରାଇଛନ୍ତି । କିଛି ରୋଗୀ ନିଆଁ ଓ ଧୂଆଁରେ ଅଣନିଶ୍ୱାସୀ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୭୦ରୁ ଅଧିକ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସୂଚନା ମିଳିଛି, ହସ୍ପିଟାଲରେ ଅଧିକାଂଶ କରୋନା ସଂକ୍ରମିତ ଥିଲେ । ଆଗକୁ ଅଧିକ ହୋଇପାରେ ମୃତ୍ୟୁସଂଖ୍ୟା ।
ଗତକାଲି ରାତି ପାଖାପାଖି ସାଢ଼େ ୧୨ଟା ବେଳେ ହସ୍ପିଟାଲରେ ନିଆଁ ଲାଗିଥିଲା । ସପିଂ ମଲ ଥିବା ବିଲଡିଂରେ ହସ୍ପିଟାଲଟି ଚାଲୁଥିଲା । ହଠାତ୍ ହସ୍ପିଟାଲ ଭିତରୁ ନିଆଁ ଓ ଧୂଆଁ ବାହାରିଥିଲା । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀର ୨୨ଟି ଟିମ୍ । ରୋଗୀଙ୍କୁ ଉଦ୍ଧାର କରି ଅନ୍ୟ ହସ୍ପିଟାଲରୁ ସ୍ଥାନାନ୍ତର କରିଥିଲେ । ଏପରିକି ହସ୍ପିଟାଲର କାଚ ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା। ଦୀର୍ଘ ଘଣ୍ଟା ପରେ ବି ନିଆଁକୁ ଆୟତ୍ତ କରିବା କାମ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
BREAKING NEWS
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
- Iran US War: ନୌସେନା, ବାୟୁସେନା, ସମଗ୍ର ନେତୃତ୍ୱ…ସବୁ ଶେଷ, ଇରାନ ଉପରେ ବିଜୟ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
Comments are closed.