Latest Odisha News

BREAKING NEWS

ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୨ ମହାରଣା ସେବାୟତ କରୋନା ପଜିଟିଭ

ପୁରୀ: ରଥ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୨ ଜଣ ମହାରଣା ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଅନୁଯାୟୀ, ସମସ୍ତ ମହାରଣା ସେବାୟତମାନଙ୍କର ଅକ୍ଷୟ ତୃତୀୟା ପୂର୍ବରୁ କୋଭିଡ୍‌ ଟେଷ୍ଟ ହୋଇଥିଲା ଏବଂ କେବଳ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତଙ୍କୁ ରଥ ଖଳାକୁ ଅନୁମତି ଦିଆଯାଇଥିଲା।

ତେବେ ଦୁଇଜଣ ମହାରଣା ସେବାୟତଙ୍କ କିଛି ଲକ୍ଷଣ ଦେଖାଇବା ପରେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା ବୋଲି SJTA ସୂତ୍ରରୁ ପ୍ରକାଶ।

ସେମାନଙ୍କୁ ପୃଥକ୍‌ ରଖାଯାଇଛି। ଏହାସହିତ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି ବୋଲି ପୁରୀ ମନ୍ଦିର ଅଧିକାରୀ କହିଛନ୍ତି।

Comments are closed.