Latest Odisha News

BREAKING NEWS

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଚିକିତ୍ସାରେ ସହଯୋଗ ପାଇଁ ଭୁବନେଶ୍ୱର ଏମ୍ସରୁ ଗଲେ ଡାକ୍ତରଙ୍କ ୨ ଟି ଟିମ୍

ବାଲେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରୀ ଟିମ୍ ଆହତ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ବାହାରିଛନ୍ତି। ଚିକିତ୍ସା କାର୍ଯ୍ୟରେ ସହଯୋଗକରିବାକୁ ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଦୁଇଟି ଟିମ୍‌ ବାଲେଶ୍ୱର ଓ କଟକ ଯାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ରେଳ ଦୁର୍ଘଟଣା ପାଇଁ ଯାହା ବି ଡାକ୍ତରୀ ସହଯୋଗ ଆବଶ୍ୟକ ପଡ଼ିବ ସବୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସର ସମସ୍ତ ଆଇଶିୟୁ ଓ ଓଟି ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରମାନଙ୍କୁ ସବୁ ସମ୍ଭବ ସହଯୋଗ କରିବାକୁ କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ।

ସେପଟେ ଦୁର୍ଘଟଣାରେ ଚିକିତ୍ସାଳୟଗୁଡ଼ିକୁ ନେତା ମନ୍ତ୍ରୀ ଗସ୍ତ ଜାରି ରହିଛି। ସକାଳୁ ସକାଳୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଆହତ ଯାତ୍ରୀଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ବାହନଗା ଆସୁଛନ୍ତି। ସେ ପ୍ରଥମ ଦୁର୍ଘଣା ସ୍ଥଳ ବୁଲି ଦେଖିବେ। ଏହାପରେ କଟକ ଡାକ୍ତରଖାନା ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିବେ।

Leave A Reply

Your email address will not be published.